ଆମେ ସ୍ୱାଧୀନ
ଆମେ ସ୍ୱାଧୀନ
ଭାରତ ମାତାର ସୁଯୋଗ୍ୟ ସନ୍ତାନ
ଏଦେଶ ମାଟିର ବୀର
ତୁମ ପାଇଁ ଜାତି ଗର୍ବ କରେ ଆଜି
ତୁମେ ଅଟ ସଭିଙ୍କ ଆହ୍ୱାନ l
ସଂସାରର ସୁଖ କରିଅଛ ତ୍ୟାଗ
ଲଢ଼ୁଛ ଶତୃଙ୍କ ସଙ୍ଗେ
ସବୁରୀ ଓଠରେ ଖୁସିରେ ପସରା
ଭରିଅଛ ନାନାରଙ୍ଗେ l
ଦେହକୁ ତୁମର କରିଛ ପଥର
ଧରିଛ ଲୌହଧ୍ଵଜା
ରକ୍ତକୁ ତୁମର କରିଛ ରୁଧିର
ହୃଦରେ ଭରିଛ ଉର୍ଜା l
ତୁମେ ସ୍ୱାଭିମାନ ତୁମେ ଅଂଶୁମାନ
ତୁମେ ହିଁ ମାନ ସମ୍ମାନ
ସ୍ୱାଧୀନ ଦେଶର ପରାକ୍ରମୀ ଯୋଦ୍ଧା
ତୁମ ପଦେ ଆମ କୋଟି ବନ୍ଦନ l
ମାଆ ମାତୃକାର ପୂଜା ପାଇଁ ସଦା
ନିଜକୁ କରି ଉତ୍ସର୍ଗ
ସାଜିଛ ନାଉରୀ ଦେଶ ନଉକାରେ
ମହୀକୁ କରିଛ ସ୍ୱର୍ଗ l
ତାଙ୍କ ପାଇଁ ଆଜି ଆମ୍ଭେ ସ୍ୱାଧୀନ
ତାଙ୍କ ପାଇଁ ଆଜି ଆମ୍ଭେ ସ୍ୱାଧୀନ ।
