STORYMIRROR

Tapan kumar Sahu

Inspirational Others

3  

Tapan kumar Sahu

Inspirational Others

ଆମେ ଓଡ଼ିଆ

ଆମେ ଓଡ଼ିଆ

1 min
3.4K



ପ୍ରାତଃ ସ୍ମରଣୀୟ

ସାଧକ ଗଣଙ୍କୁ

ମନେପକେଇ

ଫୁଲ ମାଳଟିଏ

ଲମ୍ବେଇ ଦେଇଥାଉ

ତାଙ୍କ ପ୍ରତିମୂର୍ତ୍ତିରେ

ଗର୍ବରେ କହୁ ଆମେ ଓଡ଼ିଆ

ତୁମେ ଦେଇଥିଲ ବୋଲି ସ୍ୱାଭିମାନର ପରିଚୟ ll


ମିଛ ଅନୁଭବ ସହ

ଖୋଳପା ଭିତରୁ

ଅଣ ଓଡ଼ିଆ ଡାକ

ଛାପ ଛାଡିବା ଆଗରୁ

ଅତିଶୟ ନିରାଶ ଭିତରେ

ସଚେତନା ର ଦୁର୍ଗ ସବୁ

କାଗଜ ଓ କାଳି ରେ ଲିପିବଦ୍ଧ

ହୋଇ ସାରିଛି ବୋଲି......

ନିଜେ ନିଜକୁ ସାହେବ ଠାଣିରେ

ଇଂରାଜୀ ବିଦ୍ୟାଳୟର

ଅଧ୍ୟାପକ କରି....

ଅଧ୍ୟୟନ ଓ ସାଧନା ଭିତରେ

ଭାଷାର ଶବ୍ଦାର୍ଥ କୁ

ଖୋଜି ହୋଇଥାଏ.....

ସଂପନ୍ନ ଓ ସ୍ୱଚ୍ଛଳ ଳେଖକଟିଏ

ବିଭାଜିତ ସ୍ୱାଭିମାନର

ପରିଚୟ ନେଇ....... ll ll


ଭାଷାପ୍ରୀତି ଓ ମାତୃଭାଷାର ମମତା ଆଜି ସ୍ରୋତହୀନ

ଇଂରାଜୀ ଆନୁଗତ୍ୟ ଭିତରେ

ଲୁପ୍ତ ଲେଖକର ଲେଖା

କୁଳୀନ ପରମ୍ପରା ସଂସ୍କୃତିର ପରିଚୟ ନେଇ

ମହାଭାରତ ରାମାୟଣ

ଓ ମାତୃବୋଧ ନେଇ

ସେ ସବୁକୁ

ପ୍ରସାଦ ଭାବୁଥିବା

କ୍ରମଶଃ ପାଠକ ଭିତରେ

ବଞ୍ଚିଥିବା ଓଡ଼ିଆଣୀ ଟିଏ.....

ଇଂରାଜୀର ଦୁର୍ବଳତା ଭିତରୁ

ବାହାରି ପାରେନାହିଁ

ତଥାପି

ପ୍ରାଣରେ ଓଡ଼ିଆକୁ

ନେଇ ଗର୍ବକରେ

ଓଡ଼ିଶାର ମୁଁ ଉକ୍ତଳ ପୁତ୍ର

ଆଜି ଏପ୍ରିଲ ପହିଲା...

ପାଳନ କରି ନୀରବେ ନିସଙ୍ଗନିର୍ଜନ ଇଲାକାରେ ll




ତପନ କୁମାର ସାହୁ

କଳାହାଣ୍ଡି

ମୋ.. 7328001575


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational