STORYMIRROR

Rabindra kumar Sahoo

Abstract Action Inspirational

4  

Rabindra kumar Sahoo

Abstract Action Inspirational

ଆମେ ମୁକ୍ତି ଚାହୁଁ

ଆମେ ମୁକ୍ତି ଚାହୁଁ

1 min
230

ଆମେ ମୁକ୍ତି ଚାହୁଁ

ପୁଞ୍ଜିବାଦର ପନ୍ଝା ତଳୁ

ଆମେ ମୁକ୍ତି ଚାହୁଁ ।

ଶୋଷକ ମାନଙ୍କ

ଶୋଷଣ ତନ୍ତ୍ରରୁ

ଆମେ ମୁକ୍ତି ଚାହୁଁ ।

ମିଛ ଗଣତନ୍ତ୍ର ନାମେ

ଜଣତନ୍ତ୍ରରୁ

ଆମେ ମୁକ୍ତି ଚାହୁଁ ।

ଶ୍ରମିକ, କୃଷକ,

ମେହନତୀ

ଦିନ ମଜୁରିଆ

ଆମେ ଆର୍ଥିକ, ସାମାଜିକ,

ରାଜନୈତିକ

ସାମର୍ଥ୍ୟ ଓ ଶକ୍ତି ଚାହୁଁ

ଶୋଷଣ, କଷଣ, ଲୁଣ୍ଠନରୁ

ଆମେ ମୁକ୍ତି ଚାହୁଁ ।

ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରେ

ଉନ୍ନତ ମାନର ସେବା ଚାହୁଁ

ଜନମଙ୍ଗଳ ରାଷ୍ଟ୍ରେ

ଜନଗଣଙ୍କର

ବ୍ୟକ୍ତି ସ୍ଵାଧୀନତା ଚାହୁଁ

ଉଚ୍ଚ ପଦ ପଦବୀଧାରୀ

ବ୍ୟକ୍ତି ବିଶେଷଙ୍କ

ଦାୟିତ୍ଵ ବୋଧତା ତଥା

କର୍ତ୍ତବ୍ୟ ବୋଧତାକୁ

ଗୁରୁତ୍ଵ ଦେବାକୁ ଚାହୁଁ

ବିଭାଗୀୟ ଅଧିକାରୀ ଓ

ଲୋକ ପ୍ରତିନିଧିମାନେ

ଜନଗଣଙ୍କ ପାଇଁ

ଉତ୍ତରଦାୟୀ ରହିବାକୁ ଚାହୁଁ

ମିଛ ଯୋଜନା ପ୍ରସ୍ତୁତି

ମିଛ ପ୍ରତିଶ୍ରୁତିରୁ

ଆମେ ମୁକ୍ତି ଚାହୁଁ ।

ଗଣତନ୍ତ୍ରର ସୁରକ୍ଷା ଚାହୁଁ

ସମ୍ବିଧାନର ସମ୍ମାନ ଚାହୁଁ

ଜାତୀୟ ପତାକାର ସମ୍ମାନ

ଜାତୀୟ ସମ୍ପତ୍ତିର

ବିଧିବଦ୍ଧ ସୁରକ୍ଷା ଚାହୁଁ ।

ଜନଗଣ ତଥା

ଜନପ୍ରତିନିଧିଙ୍କର

ସମାଜ ସେବାରେ

ଆଗ୍ରହ ବୃଦ୍ଧି ପାଇଁ

ଆମେ ଚାହୁଁ ।

ତ୍ୟାଗପୂତ ଜୀବନ ବଞ୍ଚିବାକୁ

ଆମେ ଚାହୁଁ

ବ୍ୟକ୍ତି ସ୍ବାର୍ଥ, ଦଳୀୟ ସ୍ଵାର୍ଥରୁ

ଉର୍ଦ୍ଧ୍ବରେ ରହି

ଦେଶ, ଜାତି, ସମାଜ ଓ ବିଶ୍ଵର

ଆମେ ମୁକ୍ତି ଚାହୁଁ ।

ଆମେ ବିଶ୍ଵ ଶାନ୍ତି ଚାହୁଁ

ବିଶ୍ଵ ମୈତ୍ରୀ ଚାହୁଁ

ଦେଶ ମାତୃକାର ସେବା ଚାହୁଁ

ଅହିଂସା ମାର୍ଗରେ ବିଶ୍ଵାସ ରଖି

ହିଂସା, ଦ୍ୱେଷ,

ପରଶ୍ରୀକାତରତା ଓ ଯୁଦ୍ଧରୁ

ଆମେ ମୁକ୍ତି ଚାହୁଁ ।

ମଣିଷ ମାନଙ୍କୁ

ମଣିଷ ପଣିଆ ଓ ମାନବିକତାରେ

ଗଢିତୋଳିବାକୁ ଆମେ ଚାହୁଁ

ପ୍ରଦୂଷିତ, ଅଶାନ୍ତ ପରିବେଶରୁ

ବିଶ୍ୱବାସୀଙ୍କର ଆମେ ମୁକ୍ତି ଚାହୁଁ ।

କ୍ଷମତା, ପ୍ରତିପତ୍ତି ଲୋଭେ

ବିଶ୍ଵ ପରିବେଶକୁ

ବିଷାକ୍ତ କରୁଥିବା

ଖଳ ଅମଣିଷ ମାନଙ୍କ ଠାରୁ

ବିଶ୍ଵର ସୁରକ୍ଷା ଚାହୁଁ

ପୁଞ୍ଜି ଆଳରେ

ବିଷ ମଞ୍ଜି ବୁଣୁଥିବା

ବିଷ ବୃକ୍ଷ ମାନଙ୍କଠାରୁ

ବିଶ୍ଵ ମାତୃକାର, ମାନବ ସମାଜର,

ଜୀବ ଜଗତର ତଥା

ସମଗ୍ର ପରିବେଶର

ଦୂଷିତ ବାତାବରଣରୁ

ଆମେ ମୁକ୍ତି ଚାହୁଁ

ଆମେ ଶାନ୍ତି ଚାହୁଁ

ଆମେ ମୈତ୍ରୀ ଚାହୁଁ

ସହଯୋଗରେ ବଞ୍ଚିବା ଚାହୁଁ

ସହାନୁଭୂତିରେ ବଞ୍ଚିବା ଚାହୁଁ

ଭାଇଚାରା ଓ ଭ୍ରାତୃ ଭାବରେ

ବଞ୍ଚିବା ଚାହୁଁ

ଯୁଦ୍ଧ, ହିଂସା, ଦ୍ୱେଷ, ଦ୍ଵନ୍ଦ୍ଵରୁ

ଆମେ ବିଶ୍ଵ ବାସୀଙ୍କ ମୁକ୍ତି ଚାହୁଁ

ଆମେ ମୁକ୍ତି ଚାହୁଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract