ଆମେ କୁନି କୁନି ଶିଶୁ
ଆମେ କୁନି କୁନି ଶିଶୁ
ହସି ହସାଇବୁ ମଧୁ ଭରିଦେବୁ
କରିବୁନି ଆମେ କେବେ କଳି
ସୁମନ ସମାନ ମନଟି ଆମର
ଦିଅ ନାହିଁ ତାକୁ କେହି ଦଳି
ଆମେ କୁନି କୁନି ଶିଶୁକଳି
ଭାରି ଗେହ୍ଲା ଆମେ ବାପାମାଆଙ୍କର
କରୁଥାଉ ସଦା ପାଶେ ଅଳି।
ପାଠ ପଢି ଭଲ ମଣିଷ ହୋଇବୁ
ଦେଶ ଜାତି ପାଇଁ କାମ କରିବୁ
ଭାରତର ଏହି ବଗିଚାରେ ଫୁଟି
ଚତୁର୍ଦ୍ଦିଗ ବାସ ଛୁଟେଇ ଦେବୁ
ସୁଗନ୍ଧ ଫୁଲଟେ ହୋଇ ଫୁଟିବୁ
ସବୁରି ମୁହଁରେ ହସ ଫୁଟାଇବୁ।
ଛୋଟ କଳି ସିନା ଦେଖିବାକୁ ଆମେ
ମହତ୍ତ ସମ୍ଭାବନା ଲୁଚି ଅଛି
ସେନେହ ମମତା ଟିକେ ପାଇବାକୁ
ମନେ ବ୍ୟାକୁଳତା କେତେ ବଢୁଛି
ଛନ୍ଦ କପଟକୁ ବୁଝେନା କିଛି
ଆଗାମୀ କାଲିର ଭବିଷ୍ୟତ ଭାବି
ସୁପଥେ ଯିବାକୁ ପଣ କରୁଛି ।
