STORYMIRROR

Pranati Mahapatra

Children

3  

Pranati Mahapatra

Children

ଆମେ କୁନି କୁନି ଶିଶୁ

ଆମେ କୁନି କୁନି ଶିଶୁ

1 min
210

ହସି ହସାଇବୁ ମଧୁ ଭରିଦେବୁ

କରିବୁନି ଆମେ କେବେ କଳି 

ସୁମନ ସମାନ ମନଟି ଆମର

ଦିଅ ନାହିଁ ତାକୁ କେହି ଦଳି 

ଆମେ କୁନି କୁନି ଶିଶୁକଳି

ଭାରି ଗେହ୍ଲା ଆମେ ବାପାମାଆଙ୍କର

କରୁଥାଉ ସଦା ପାଶେ ଅଳି।


ପାଠ ପଢି ଭଲ ମଣିଷ ହୋଇବୁ

ଦେଶ ଜାତି ପାଇଁ କାମ କରିବୁ 

 ଭାରତର ଏହି ବଗିଚାରେ ଫୁଟି

ଚତୁର୍ଦ୍ଦିଗ ବାସ ଛୁଟେଇ ଦେବୁ 

ସୁଗନ୍ଧ ଫୁଲଟେ ହୋଇ ଫୁଟିବୁ

ସବୁରି ମୁହଁରେ ହସ ଫୁଟାଇବୁ। 

 

ଛୋଟ କଳି ସିନା ଦେଖିବାକୁ ଆମେ

ମହତ୍ତ ସମ୍ଭାବନା ଲୁଚି ଅଛି 

ସେନେହ ମମତା ଟିକେ ପାଇବାକୁ

ମନେ ବ୍ୟାକୁଳତା କେତେ ବଢୁଛି 

ଛନ୍ଦ କପଟକୁ ବୁଝେନା କିଛି

ଆଗାମୀ କାଲିର ଭବିଷ୍ୟତ ଭାବି

ସୁପଥେ ଯିବାକୁ ପଣ କରୁଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children