STORYMIRROR

Sunanda Mohanty

Abstract Classics Inspirational

4  

Sunanda Mohanty

Abstract Classics Inspirational

ଆମେ କରୁଛୁ ଆମକୁ ଶାସନ

ଆମେ କରୁଛୁ ଆମକୁ ଶାସନ

1 min
271

ଉଣେଇଶ ଶହ ପଚାଶ ମସିହାରେ 

ଗଢ଼ା ହେଲା ପରେ ସମ୍ବିଧାନ 

ଆମରି ଦେଶକୁ ଆମରି ହାତରେ 

କରୁଅଛୁ ଆମେ ନିଜେ ଶାସନ 

ଡକ୍ଟର ଆମ୍ବେଦକର କଲେ ପ୍ରଣୟନ 

ଆମରି ଦେଶର ସମ୍ବିଧାନ 

ବିଦେଶୀ ଶୃଙ୍ଖଳ ବେଡିର କରି ଉଚ୍ଛେଦନ 

ସ୍ବଦେଶୀ ଶାସନର ସମ୍ମୋହନ 

ଆଣିଦେଲା ଉଦ୍ଦୀପନା ଜାଗରଣ 

କେତେ କେତେ ବୀର କଲେ କାରାବରଣ 

କରିବାକୁ ଦେଶ ସ୍ୱାଧୀନ 

ପରାଧୀନ ହୋଇ ରହିବା କଷଣ ସବୁକୁ 

ଦୂରେଇଲେ ଗାନ୍ଧୀ କରି ଅହିଂସା ଆନ୍ଦୋଳନ 

ଝାସ ଦେଲେ କେତେ ସ୍ୱାଧୀନ ସଂଗ୍ରାମୀ 

ହୋଇଲେ, ଇତିହାସେ, ଅମର,ଅମ୍ଳାନ 

ସେଇଦିନୁ ଆମେ କରୁଛୁ ଆମ ନିଜ ଦେଶେ 

ନିଜେ ନିଜର ସ୍ୱାଧୀନ ଶାସନ 

ଜାତୀୟ କଂଗ୍ରେସ ଦଳ ଥିଲା ସଭିଙ୍କ ସଂଗଠନ 

ଆଜି ଅନେକ ପ୍ରାଦେଶିକ ଦଳଙ୍କ ଅଭ୍ୟୁଥାନ 

ଲକ୍ଷ ଏକ, ପଥ ଅନେକ, ବାର୍ତ୍ତାଗୋଟିଏ ସ୍ୱାଭିମାନ 

ଆମ ନିଜ ଦେଶେ ଆମେ କରିବୁ ଶାସନ 

ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ 

ଦେଇଗଲେ ଓଜ୍ଜଶୀଳ ଉଦବୋଧନ 

ରଖିଗଲେ କୀର୍ତ୍ତି, ମୈତ୍ରୀ, ସ୍ଫୁର୍ତ୍ତି ସ୍ତମ୍ଭମାନ 

ସେହିଦିନ ଠାରୁ ଆଜି ନରେନ୍ଦ୍ର ମୋଦିଙ୍କ ଯାଏଁ 

ଚାଲିଅଛି କେତେ ଉନ୍ନତି ପଥେ ଶୁଶାସନ 

ଯେତେବେଳେ ଯିଏ ଆସିଛନ୍ତି ସଂଖ୍ୟା ଗରିଷ୍ଠ ଭିତ୍ତିରେ 

ଦେଇଯାଇଛନ୍ତି ସ୍ୱର୍ଣ୍ଣାଭ ସୁଶାସନ 

ମୌଳିକ ଆବଶ୍ୟକତା ଲଭିବାକୁ ଦେଶବାସୀ 

ଏଯାଏଁ ଚାଲିଛି ନିଜ ଭିତରେ ଆନ୍ଦୋଳନ 

ପ୍ରତ୍ୟାଶା ଓ ଆଶାଫୁଲ ଫୁଟି ବିକଶିତ ଏଠି 

କେହି ନୁହେଁ ଏଠି ପରାଧୀନ 

ତୃଣମୂଳ ସ୍ତରୁ ଆରମ୍ଭ କରିବାକୁ ଦୂର ବିଭାଜନ 

ଶିଶୁ, ନାରୀ, ବୟସ୍କ, ଭିକାରୀ ଥଇଥାନ 

ସ୍ୱଚ୍ଛତା ମନ୍ତ୍ର, ସଭିଏଁ ପଢନ୍ତୁ ବଢନ୍ତୁ ଅଭିଯାନ 

ଆମରି ଦେଶର ଆମେ ହିଁ ନାଉରୀ 

ଜୟ ଜବାନ ଜୟ କିଷାନ ଆହ୍ୱାନ 

ଟେକ୍ନୋଲୋଜି ପୁଣି ଚରମ ସୀମାରେ, ଶୀର୍ଷରେ 

ଯେଣୁ ଆମରି ଦେଶକୁ କରୁଛୁ ଆମେ ଶାସନ 

ସଂସ୍କୃତି ସଂହତି ବୈଦେଶିକ ନିତି 

ଆମେ ନିଜେ କରୁଛୁ ପ୍ରଣୟନ

ହେବାକୁ ଆମ ଦେଶ ମହୀୟାନ ପୁଣି ଗରୀୟାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract