STORYMIRROR

Chittaranjan Lenka

Tragedy

2  

Chittaranjan Lenka

Tragedy

ଆମେ କ'ଣ ସ୍ୱାଧୀନ

ଆମେ କ'ଣ ସ୍ୱାଧୀନ

1 min
13.2K


ସ୍ୱାଧୀନ ହୋଇଛୁ     ବୋଲି ଭାରି ଗର୍ବ

ସ୍ୱାଧୀନ ଦେଶର ଲୋକ

ସ୍ୱାଧୀନତା ଯିଏ      ଆଣି ଦେଇ ଥିଲେ

ରଖିଛୁ କି ତାଙ୍କ ଟେକ? (1)


ତାଙ୍କ ଠାରୁ ଆମେ    ଜନମ ନେଇଛେ

ଏ କଥା ମିଛ ନୋହିବ

ହେଲେ ଭୁଲି ଅଛୁ      ତାଙ୍କର ଆଦର୍ଶ

ତ୍ୟାଗପୂର୍ଣ୍ଣ ମନୋଭାବ(2)


ସୁବିଧା ପାଇଲେ     ଅତୀତ ଭୁଲିବା

ଅଟଇ ଆମ ପ୍ରକୃତି

ସେଥିପାଇଁ ଦେଶ     ଯେତିକି ଆଗାଏ

ସେତେ ଆଜି ଅଧୋଗତି(3)


ସ୍ୱାଧୀନ ହୋଇ ବି    ସ୍ୱାଧୀନ ଭାବରେ

ପାରୁଛୁ କି ଆମେ ଚାଲି

ନିରାପଦ ନାହିଁ        ଧନ ଜନ ଆଜି

ବିଶୃଙ୍ଖଳା ଯାଏ ବଳି(4)

ନିଜେ ଭାବ ଥରେ    ସତରେ କି ଆମେ

ରହିଛୁ ହୋଇ ସ୍ୱାଧୀନ

ଯଦି ନୁହଁ ତାହା         ଗରବ କରିବା

ନୁହଁ କି ଅଲଜ୍ଜ୍ୟାପଣ?(5)


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy