Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational Others

4  

Binodini Dash

Inspirational Others

ଆମେ ଗଢ଼ି ଦେବୁ ଦେଶଟିଏ

ଆମେ ଗଢ଼ି ଦେବୁ ଦେଶଟିଏ

1 min
354


ସବୁଠୁ ସୁନ୍ଦର ବିଶ୍ବରେ ମହାନ

ଆମେ ଗଢ଼ି ଦେବୁ ଦେଶଟିଏ

ଯାହାକି ରୂପରେ ସୁନା ସମ ଦିଶି

ହୋଇବ କୋଟିକରେ ଗୋଟିଏ ।


ସଭିଙ୍କୁ ଏକତା ଛନ୍ଦରେ ଛନ୍ଦିବୁ

ହୃଦେ ନରଖି ଭେଦ ବିଚାର

ଭଲ ପାଇବାର ଅଭିମନ୍ତ୍ରେ ମନ୍ତ୍ରି

ହୃଦୟ କରିବୁ ପରିଷ୍କାର ।


ପରସ୍ପର ହାତ ଧରାଧରି ହୋଇ

ପ୍ରଗତି ପଥେ ଯିବୁ ଆଗେଇ

ପଛୁଆ କାହାକୁ ଦେଖିବୁନି ନେତ୍ରେ

ସହଯୋଗ ଭାବକୁ ଫୁଟାଇ ।


ମାଟିରୁ ଆକାଶ ଝଂକୃତ କରିବୁ

ଆମ ଲୁପ୍ତ ପ୍ରତିଭା ବିକଶି

ଉଦୟ ତପନ ସମ ଜଳି ଉଠି

ପ୍ରଭାକୁ ଜାଳିବୁ ହୋଇ ଖୁସି ।


କୃଷକ, ଶିକ୍ଷକ, ସୈନିକ, ଶ୍ରମିକ

ବୈଜ୍ଞାନିକ, ଚିକିତ୍ସକ ସର୍ବେ

ସଭିଏଁ ସମାନ ଅଧିକାର ଲଭି

ଆପଣାପଣରେ ବାନ୍ଧି ହେବେ ।


କାହାରି ମନରେ ବିଦ୍ବେଷ ଭାବନା

କିବା କ୍ରୋଧ, ଈର୍ଷା, ହିଂସା ଭାବ

ନରଖି ଚଳିବୁ ପ୍ରୀତି ମମତାରେ

ତୋଳି ଚାଲିବୁ ଶାନ୍ତି-ବିଭବ ।


ଅସହାୟ ଦୀନ ଦରିଦ୍ର କେହି ବି

ରହିବେନି ଆମ ଏ ଦେଶରେ

ଭିନ୍ନକ୍ଷମ ଯେତେ ସଭିଙ୍କୁ ଆଦର

ଯେଝାମତେ ଲାଗିବେ କର୍ମରେ ।


ହସି ଉଠୁଥିବ ସଭିଙ୍କ ପରାଣ

ଏମିତି ସୂତ୍ରରେ ବାନ୍ଧି ହୋଇ

ସର୍ବେ କହୁଥିବେ ଏମିତି ଦେଶଟେ

ଜଗତ ଭିତରେ ଆଉ ନାହିଁ ।


ଧନ୍ୟ ମଣିବୁ ଜୀବନ ଆମର

ଏ ଦେଶେ ଜନମି ପ୍ରତି କ୍ଷଣେ

ପବିତ୍ର ମାଟିରେ ପବିତ୍ର ହୃଦୟେ

ଦୀର୍ଘଜୀବୀ ହେବୁ ଜଣେ ଜଣେ ।


Rate this content
Log in