STORYMIRROR

Bidulata Sahoo

Inspirational

3  

Bidulata Sahoo

Inspirational

ଆମେ ଏବେ ପ୍ରସ୍ତୁତ

ଆମେ ଏବେ ପ୍ରସ୍ତୁତ

1 min
243


ବିଶ୍ୱରେ ଆଜି ଯୁଦ୍ଧ ଚାଲିଛି ସମଗ୍ର ମାନବ ଜାତି ପାଇଁ,

ଦୁଷ୍ଟ କରୋନା କରି ବାଟବଣା ବିଶ୍ୱକୁ କରେ ହଇଚଇ

ଭାବି ଏ କଥାକୁ ସଚେତନ ହୋଇ ଏ ଯୁଦ୍ଧରେ ଆମେ ଲଢ଼ିବା,

ପଛଘୁଞ୍ଚା ନାହିଁ ବୀରର ଜାତକେ ଏ କଥାକୁ ମନେ ରଖିବା ।

ଏ ଯୁଦ୍ଧରେ କେହି ସେନାପତି ନାହିଁ ସମସ୍ତେ ତ ଆମେ ସୈନିକ,

ବିଶ୍ରାମ ଏବେ ନେବା ନାହିଁ ଆମେ ଯୁଦ୍ଧ ଚାଲିଛି ଦୈନିକ |

ହଜାରହଜାର ସୈନିକ ଏଠି ଦେଉଛନ୍ତି ନିତି ଆତ୍ମବଳୀ,

ଏସବୁକୁ ଦେଖି ନିଜର କର୍ତ୍ତବ୍ୟନିଜେ ନିଜେ ଆମେ ନେବା ଭାଳି |

ଏ ଯୁଦ୍ଧ ପାଇଁକି ଅସ୍ତ୍ର ଲୋଡାନାହିଁ ଲୋଡାଖାଲି ଘରେ ରହିବା,

କରୋନା ଭୁତାଣୁ ଦୂରେଇବାପ

ାଇଁ ବାରମ୍ବାର ହାତ ଧୋଇବା |

ଅପ୍ରସ୍ତୁତ ଆମେ ଥିଲୁବୋଲି ସେତ ବହୁ କ୍ଷତି କଲା ଆମର,

ଆଉ ବେଶିଦିନ ଚାଲିବନାହିରେ କରୋନା ଶାସନ ତୋହର ।

ଟୀକାନେଲୁ ଆମେ ମାସ୍କ ପିନ୍ଧିଲୁ ଦୂରତା ବି ରକ୍ଷା କରୁଛୁ,

ଆଉକୋଉ ବାଟେ ପଶିବୁ ଏବେ ତୁ ସବୁ ବାଟ ଆମେ ଜଗିଛୁ ।


ଅରି ମରି ନାହିଁ ଯୁଦ୍ଧ ସରି ନାହିଁ କରୋନା ଭୂତାଣୁ ଯାଇ ନାହିଁ,

ସରକାରଙ୍କର ନୀତିନିୟମକୁ ବେଖାତିର କେହି କର ନାହିଁ |

ଆମେ ସବୁ ଯଦି ଏକ ହୋଇବା କରୋନା ନିଶ୍ଚୟ ହାରିବ,

ଇତିହାସ ବୁକେ ଏ ମହାଯୁଦ୍ଧର ସ୍ୱର୍ଣ୍ଣ ଅଧ୍ୟାୟ ରହିବ |


Rate this content
Log in

Similar oriya poem from Inspirational