Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hitendra Mohanta

Abstract

3  

Hitendra Mohanta

Abstract

ଆମେ ବ୍ୟାଙ୍କର

ଆମେ ବ୍ୟାଙ୍କର

1 min
254



ଅର୍ଥ ଜଗତର ସକ୍ରିୟ ପ୍ରହରି

    ସାବାସ ବିହୀନ ଆମେ ବ୍ୟାଙ୍କର

ଦେଶ ଅର୍ଥନୀତି ନିର୍ମାଣରେ ବ୍ରତୀ

    ସହି ଖର‍ା ବର୍ଷା ଶୀତ କାକର ।

କରୋନାକୁ ନାହିଁ ତିଳେ ଖାତର.....

ଆବଶ୍ୟକ ସେବା ପ୍ରଦାନ ଲକ୍ଷ୍ୟରେ

    ବ୍ୟାଙ୍କ ଖୋଲା ରଖିଛନ୍ତି ସର୍କାର ॥

ଅଫିସ ଆରମ୍ଭ ଦଶଟାରେ ଥୟ

    ସନ୍ଧ୍ୟା ଦୀପ ଦେବା ନାହିଁ ଭାଗ୍ୟର

ହାକିମଙ୍କ ରୋଷ ଗ୍ରାହକ ଆକ୍ରୋଶ

    ଲାଞ୍ଛନା ତାଡନା ଶୁଣି ବଧିର ।

ଏବେ ପୁଣି ଚର୍ଚ୍ଚା ତ କରୋନାର.....

ତାଲାବନ୍ଦରେ ବି ଲୋଡା ଯେ ବ୍ୟାଙ୍କର

    ଯୋଗାଇବାକୁ ସେବା ନିରନ୍ତର ॥

ବାଣିଜ୍ୟିକ ବ୍ୟାଙ୍କର ତୁଚ୍ଛା ମୋହର

    ଜନତା ସେବାରେ ବିତେ ପ୍ରହର

ମୁଦ୍ରା ଜନଧନ ବୀମା ଷ୍ଟାଣ୍ଡ ଅଫ

    ପିଏମ୍ କିଷାନ ଯୋଜନା ହଜାର ।

କରୋନା ପ୍ୟାକେଜ ହେଲା ସ୍ୱତନ୍ତ୍ର.....

ସର୍ବେ ଗୃହେ ବନ୍ଦୀ ମୁଖେ ଆମ୍ଭ ତୁଣ୍ଡି

    ହିତାଧିକାରୀଙ୍କ ହିତେ ତତ୍ପର ॥

ପର ଅର୍ଥ ଗଣି କ୍ଷୁଧା ମେଣ୍ଟେ ପୁଣି

    ସରକାରଙ୍କର ଏଇ ବିଚାର

ବେତନ ବୃଦ୍ଧି ଅଢେଇ ବର୍ଷ ହେଲା

    ଝୁଣ୍ଟି ପଡିଅଛି ମଝି ବାଟର ।

କରୋନାରେ ମଧୁ ସ୍ୱପ୍ନ ବେକାର.....

ଅର୍ଥାଭାବେ ସଢି ଗଢୁ ଅର୍ଥନୀତି

    ସ୍ୱାଭିମାନେ ଭରା ଆମେ ବ୍ୟାଙ୍କର ॥

କରୋନା ପାଇଁ ସାମାଜିକ ଦୂରତ୍ୱ

    ଦିଗେ ଚତୁର୍ଦ୍ଦିଗେ ବାର୍ତ୍ତା ପ୍ରଚାର

ଚାକିରି ଦିନଠୁଁ ସମାଜ ଛାଡିଛୁ

    ପରିବାରୁଁ ଦୂରେ ଆମେ ବ୍ୟାଙ୍କର ।

କରୋନାକୁ ତେଣୁ ଭୟ କିସର.....

ଟାର୍ଗେଟ ଧନ୍ଦାରେ ଏମିତି ଛନ୍ଦିବୁ

    ବାଟ ପାଇବନି ଫେରିଯିବାର ॥

ନାହିଁ ଆଲିଙ୍ଗନ କି କରମର୍ଦ୍ଦନ

    ଦୁଇ ହାତ ଯୋଡି ହୁଅ ଜୁହାର

କି ବୋର୍ଡ ମାଉସୁରୁ ମୁକ୍ତି କାହିଁ ହାତ

    ବେଳ ଉଣ୍ଡି ଟିପୁ ହ୍ୱାଟସ୍ଅପର ।

କରୋନାକୁ ତେବେ କାହିଁକି ଡର.....

କର୍ତ୍ତୃପକ୍ଷ ଆମ ଭାରି ହୁସିଆର

    ଗ୍ରୁପ କରିଛନ୍ତି ବ୍ୟାଙ୍କରଙ୍କର ॥

ସତର୍କତା ଛଳେ ସାନିଟାଇଜରେ

    ବାରମ୍ବାର ହସ୍ତ ଧୌତ ହେବାର

କିବା ଲାଭ ହେବ ଚେୟାର ଟେବୁଲେ

    ପରସ୍ତ ପରସ୍ତ ଧୂଳି ଆସର ।

କରୋନାକୁ ନାହିଁ ଭୟ ମୋଟର.....

ଚାଲେ ସ୍ୱଚ୍ଛତ‍ାର ଅଭିଯାନ କିନ୍ତୁ

     ଅଳନ୍ଧୁ ଭର୍ତ୍ତିରେ ବ୍ୟାଙ୍କ ସଂସାର ॥

ରାତି ଭୁଲିଥିଲୁ ବିମୁଦ୍ରୀକରଣେ

     ଜନଧନେ ସ୍ୱାହା ଛୁଟିବାରର

ଘର ଥାଇ ମଧ୍ୟ ପ୍ରବାସ ଜୀବନ

     ପ୍ରାଣଟା ବି ଏବେ ଖଣ୍ଡାଧାରର ।

କରୋନା ବିରୁଦ୍ଧେ ରଣହୁଙ୍କାର.....

ସବୁଥର ପରି ଏ ଲଢେଇରେ ବି

     ଜିତିବୁ ନିଶ୍ଚିତ ଆମେ ବ୍ୟାଙ୍କର ॥॥॥


Rate this content
Log in

Similar oriya poem from Abstract