Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

ଆମେ ବିଜୟୀ ହେବା ସେଦିନ

ଆମେ ବିଜୟୀ ହେବା ସେଦିନ

1 min
318



ଅଛି ସେହି ଭୂମି ଉତ୍କଳ କଳିଙ୍ଗ

କୋଶଳ କଙ୍ଗୋଦ ଉଡ୍ର ଓଡିଶା

ସମୟ ଚକ୍ରରେ ବଦଳୁଛି ଚିତ୍ର

ମାନ୍ୟତା ପାଇଛି ଓଡିଆ ଭାଷା ।


ତାର ନଦନଦୀ ବଣ ଓ ପାହାଡ଼

ସବୁଜ ପ୍ରାନ୍ତର ଶସ୍ୟ କେଦାର

ରହିଛି ଅନାଇ ସଜଳ ନୟନେ

ଫେରୁ ତା ଐତିହ୍ୟ ସ୍ୱପ୍ନ ସୁନ୍ଦର ।


ଝାଟିମାଟି ଘର ଉଜୁଡା ତା ଗାଆଁ

ଅତି ଆପଣାର ତା ଭିଟାମାଟି

ବହିବ ମଳୟ ମୁକ୍ତ ବାତାୟନେ

ଅଗଣାଟି ତାର ଉଠିବ ହସି ।


ତାର ଚଷାପୁଅ ଲଢୁଆ ପାଇକ

ସାଧବ ବଣିକ ତା କାରିଗର

ତୋଳିବେ ପୁନଶ୍ଚ ଭଗ୍ନ କୋଣାରକ

ଆଗୁସାର ହେବେ ଓଡିଆ ବୀର ।


ଝଲସି ଉଠିବ ତା ଗାଆଁ ସହର

ଆସିବ ପୂରୁବ ଗୈ।ରବ ଫେରି

ଖଟିବାକୁ କେହି ଯିବେନି ଦାଦନ

ଓଡ଼ିଶାରେ ଅଛି ପ୍ରାଚୁର୍ଯ୍ୟ ଭରି ।


ମୋ ରାଇଜ ରଜା କାଳିଆ ଠାକୁର

ବରଷୁ ଅଛନ୍ତି ଶୁଭ ଆଶିଷ

ଉଡେ ବୈଜୟନ୍ତୀ ପତିତପାବନ

ଚଳେ ବଡ଼ଦାଣ୍ଡେ ଶ୍ରୀ ନନ୍ଦିଘୋଷ ।


ଘୁଞ୍ଚାଇବା ଆସ ଦୁଃଖ ଦୈନ୍ୟ କ୍ଳେଶ

ବିକଶିବା ଗୁଣ ଜ୍ଞାନ କୈ।ଶଳ

ପାଣି କରି ରକ୍ତ ଶ୍ରମ ସ୍ୱଦଧାରେ

ଗଢିବା ମୂଲକ ଶ୍ରେଷ୍ଠ ଉଜ୍ଜ୍ୱଳ ।


ଶିକ୍ଷାର ଆଲୋକେ କର୍ମ ସ୍ୱକର୍ତ୍ତବ୍ୟେ

ହେବା ଏକମନ ସଚେତନ

ସଫଳତା ଆମେ ଅବଶ୍ୟ ପାଇବା

ଆମେ ବିଜୟୀ ହେବା ସେଦିନ ।

  ----



Rate this content
Log in

Similar oriya poem from Inspirational