Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAJANIKANT CHOUDHURY

Inspirational

3  

RAJANIKANT CHOUDHURY

Inspirational

ଚନ୍ଦ୍ରମା

ଚନ୍ଦ୍ରମା

1 min
189


ହୃଦୟରୁ ଆଜି ଗାଉଛି ମୁଁ ଗୀତ

     ତୁମ ଲାଗି ପ୍ରିୟତମା....

ସୁର ଅଛି ନା ମୋ ତାଳ ଅଛି

     ମୁଁ କଳଙ୍କିତ ଚନ୍ଦ୍ରମା।।

ଅର୍ଦ୍ଧ ରଜନୀର ଘୋର ସପନେ

     ନିତି ଆସ ପାଦ ଥାପି...

ଇନ୍ଦୁ ଯେମନ୍ତେ ଦିଶଇ ଗଗନେ 

    ବାଦଲ ରେ ଛପି ଛପି,।।

ନୀଳ ତଟିନିରେ ଝଲ୍ ମଲ୍ ହୋଇ

     ଦିଶିଯାଅ ମାୟାବିନୀ...

ସଙ୍ଗୀତ ର ସାତ ସ୍ୱର ତୁମେ

      ବର୍ଣ୍ଣିତ କାଦମ୍ବିନୀ,।।

ଘୋର ଅରଣ୍ୟରେ ତୁମେ ବଣ ମଲ୍ଲି

       ବାସ ଚହଟାଅ ନିତି...

ତୁମ ଭାବନାରେ ଛନ୍ଦି ହୋଇଯାଏ

       ମନର ଚଳନ ଗତି।।

ଝରି ଝରଣାର ସଙ୍ଗୀତ ମୂର୍ଚ୍ଛନା

    କୁଳୁ କୁଳୁ ନାଦ କରି....

ଅନ୍ଧାର ରାଇଯେ ଦ୍ଵୀପଶିଖା ହୋଇ

    ଆଲୋକ ଦିଅ ହେ ଭରି,।।



Rate this content
Log in

Similar oriya poem from Inspirational