Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ସ୍ୱର୍ଗ ଦ୍ୱାର ଠାରୁ

ସ୍ୱର୍ଗ ଦ୍ୱାର ଠାରୁ

1 min
300



ତୋର ସ୍ୱର୍ଗ ଦ୍ୱାରଠାରୁ ମୋର କଳେବର

ଥାଉ ଯେତେ ଦୂରେ ପ୍ରଭୁ ହେଉ ଯେତେ ଦୂର

ଲଗାଇବୁ ଡୋରି, ନେବୁ ତୁ ଘୋସାରି

ଚାରି ଭାଇ କାନ୍ଧେ କୋକେଇ ସଜାଡି

ସଂସାର କରିବ ଯେବେ ମୋତେ ସାତପର ।


ମାୟା ମୋହ ବନ୍ଧେ ବାନ୍ଧି ଦେଇଛୁ ସଂସାର

ରକତ ସମ୍ପର୍କ ଦୁଃଖେ ମନ ମୋ ଅସ୍ଥିର

ଦେଖି ପାରୁନି ମୁଁ, ସହି ପାରୁନି ମୁଁ

ଲୋତକର ଧାରା ବହୁଛି ନୟନୁଁ

ଦେଖିବା ଆଗରୁ ନେଏ ଲଗାଇ ତୋ ଡୋର ।


ମଲା ପରେ ଯେବେ ଯିବି ବଡଦାଣ୍ଡେ ତୋର

ଧନ୍ୟହେବ ଅ କଳତ୍ର ଦେଖି ସିଂହଦ୍ୱାର

ଥିବ କୃଷ୍ଣ ନାମ, ଥିବ ରାମ ନାମ

ପିଣ୍ଡ  ଦେଖୁଥିବ  ପତିତପାବନ

ଶେଷେ ବଡଦାଣ୍ଡେ ନେବୁ ଭକ୍ତ ମେଳେ ତୋର ।


Rate this content
Log in