ପ୍ରେମ ଅଢେଇ ଅକ୍ଷର
ପ୍ରେମ ଅଢେଇ ଅକ୍ଷର
କଂସ ବନ୍ଦୀ ଗୃହେ ଜନମ ଲଭିଣ
ଗୋପପୂରେ କଲେ ଖେଳା
ପୁତ୍ର ପ୍ରେମେ ମାତା ଯଶୋଦା ରାଣୀ
ନିଜକୁ ହଜେଇ ଦେଲା ।
ଯଶୋଦା ମାତାଙ୍କ ଏ ପ୍ରେମ ପ୍ରଣୟ
ପୁତ୍ର ପ୍ରତି ଥିଲା ଭାବ
କାନି ପଣତରେ ବାନ୍ଧି ରଖି ପୁଣି
ନିଜେ ମା' କରନ୍ତି ଠାବ ।
କିଏ ବା କୁହନ୍ତି ପ୍ରଭୁ ଙ୍କ ବିଷୟେ
କିଛି କଣ ମନ୍ଦ ବୁଦ୍ଧି
କାଳିଆ ଛଳିଆ ଭାବ ସରିଆ ଙ୍କୁ
ମାଆ ଦେଇଥାନ୍ତି ବାନ୍ଧି ।
କି ସୁନ୍ଦର ରୂପ ବାଲ୍ଯ ପ୍ରେମ ଲିଳା
ସୋଭାପାଏ ଗୋପପୂରେ
ନୟନ ପିତୁଳା ଗଳାର ମାଲା ସେ
କିଏ କଣ ଭୂଲିପାରେ ।
ମୟୁର ଚୁଳିଆ କଦମ୍ବ ମୂଲିଆ
ରାଧା ଓ ମୀରା ର ପ୍ରାଣ
ଚକା ନୟନ ସେ ନଟ ଖଟିଆ
ଯଶୋଦା ମାତାଙ୍କ ଧନ ।
ପ୍ରଭୁଙ୍କର ଏହି ବିଚିତ୍ର ଲିଳାଟି
ଆହା କି ସୌନ୍ଦର୍ଯ୍ୟ ଥିଲା
ଏମିତି କା ଦିନ ସମୟ ଆସିଲା
ସବୁତ ବିଚ୍ଛେଦ ହେଲା ।
ଅଧୁରା ପ୍ରେମଟା ସଭିଙ୍କୁ କନ୍ଦେଇ
ଆଡୁଆରେ ପକାଇଲା
ମଥୁରା ନରେଶ ଯାତରା କରିଣ
ଅକୃର କୁ ପେଶି ଥିଲା ।
ପ୍ରକୃତି ନିୟମ ର ପରିବର୍ତ୍ତନ
ସଭିଙ୍କୁ ଭ୍ରମିତ କଲା
ପ୍ରଭୁଙ୍କ ଏଇ ବିଚିତ୍ର କାହାଣୀ
ମାୟାରେ ପକାଇଦେଲା ।
ମାତା ପୁତ୍ର ଆଉ ସ୍ନେହ ମମତା
ବିଚ୍ଛେଦ କାରଣ ହେଲା
ସମୟ ସବୁକୁ ବଦଲେଇ ଦେଇ
ହଇରାଣ କରାଇଲା ।
କୃଷ୍ଣ ଙ୍କର ଏହି ମାୟାମୋହ ପ୍ରେମ
ଥିଲା ଅତି ଚମତ୍କାର
କିଏ ଜାଣିଥିଲା ପ୍ରଭୁ ଙ୍କ ଏ ଲିଳା
ପ୍ରେମ ଅଢେଇ ଅକ୍ଷର ।