Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Inspirational

3  

Ajit Kumar Raut

Inspirational

ପ୍ରେମ କାହାକୁ କହିବା

ପ୍ରେମ କାହାକୁ କହିବା

1 min
133



ଚିନ୍ତା ଦେଶାକ୍ଷ ରାଗ(ଜୟନ୍ତ)


  ପ୍ରେମ ପରିଭାଷା ଯହୁଁ ବିଭିନ୍ନ ପ୍ରକାରେ

  ଜଡ଼ିତ ରହିଛି ପ୍ରେମେ ଏଭବ ସଂସାରେ।

       ପ୍ରେମ ପରିଭାଷା ଯହୁଁ...


  ସ୍ନେହପୂର୍ଣ୍ଣ ପ୍ରେମ ଯହୁଁ ମାତା ଓ ଶିଶୁର

  ଅମୂଲ୍ୟ ପ୍ରେମସେ ନାହିଁ ତାରପଟାନ୍ତର।

       ପ୍ରେମ ପରିଭାଷା ଯହୁଁ...


  ପ୍ରେମ ଶିଶୁ ପ୍ରତି ଯହୁଁ ପିତୃମାତୃଙ୍କର

     କରନ୍ତି ପ୍ରତିପୋଷଣ ହୋଇଣ ଆଦର।

        ପ୍ରେମ ପରିଭାଷା ଯହୁଁ...


   ଗୃହସ୍ତାଶ୍ରମରେ ପ୍ରେମ ପତିପତ୍ନୀଙ୍କର

   ଆତ୍ମସମର୍ପଣ ଥାଏ ସମାନ ପ୍ରକାର।

       ପ୍ରେମ ପରିଭାଷା ଯହୁଁ...

   

   ଯୁବାଯୁବତୀଙ୍କ ପ୍ରେମ ହୁଏ ଅଙ୍କୁରିତ

   ଖୁସି ଭାଲେଣ୍ଟାଇନସ୍ ହୁଏଟି ଜଡ଼ିତ।

       ପ୍ରେମ ପରିଭାଷା ଯହୁଁ...


   ନଥାଏଟି ସ୍ୱାର୍ଥ ତହିଁ ନଥାଏ କାମନା

   ତହିଁଥାଏ ଦୁଇଆତ୍ମା ମିଳନ ଭାବନା।

       ପ୍ରେମ ପରିଭାଷା ଯହୁଁ...


   ଜନ୍ମଭୂମି ପ୍ରେମ ଯହୁଁ ଅଟେ ସର୍ବୋପରି

   କରୁଥାଏ କାର୍ଯ୍ୟସେହୁ ଉନ୍ନତେତାହାରୀ।

       ପ୍ରେମ ପରିଭାଷା ଯହୁଁ... 


   ରାଷ୍ଟ୍ରପ୍ରେମ ପରା ଅଟେ ଜୀବନେ ଅମୂଲ୍ୟ

   ସମର୍ପଣ କରେ ପ୍ରାଣ ପ୍ରୀତିରେ ସାଫଲ୍ୟ।

      ପ୍ରେମ ପରିଭାଷା ଯହୁଁ...


  କରେ *ସୁରକ୍ଷାରେ* ତାର ଜୀବନ ଅର୍ପଣ

  ଜନତା ସେବାକୁ ସେହୁ କରେଟି ଧାରଣ।

      ପ୍ରେମ ପରିଭାଷା ଯହୁଁ...   


  ପ୍ରେମ ପିତୃମାତୃ ତାର ଅମୂଲ୍ୟ ସମ୍ପଦ

  ଜନନୀର ଭାଷାକରେ ଜୀବନେ ସମୃଦ୍ଧ।

      ପ୍ରେମ ପରିଭାଷା ଯହୁଁ...


   ପ୍ରେମ ଭକ୍ତି ଥାଏ ତାର ସେବା ଗୁରୁଜନେ

   ସେବୁଥାଏ ତାଙ୍କୁତାର ଦୈନିକ ଜୀବନେ।

      ପ୍ରେମ ପରିଭାଷା ଯହୁଁ...


   ପ୍ରେମ ଭକ୍ତି ରଖିଥାଏ ଅନାଦି ଅନନ୍ତେ

   ଭୋଜୁଥାଏ ତାଙ୍କୁସଦା ହୃଦ ଅନ୍ତର୍ଗତେ।

      ପ୍ରେମ ପରିଭାଷା ଯହୁଁ...



Rate this content
Log in

Similar oriya poem from Inspirational