Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

3  

Bharatabandhu Biswal

Inspirational

ଭାବରେ ଭକ୍ତିରେ ଭାଗବତ

ଭାବରେ ଭକ୍ତିରେ ଭାଗବତ

1 min
185


ଜୟ ବାସୁଦେବ  ଶ୍ରୀ ମଧୁସୂଦନ

  କେଶବ କୃଷ୍ଣ ମାଧବ

ମଦନମୋହନ  ସତ ଚିଦାନନ୍ଦ

  ଶ୍ରୀରାଧା ପ୍ରାଣବଲ୍ଲଭ ।


ଲୀଳା ଅବତାର  ଗୋବିନ୍ଦ ଗୋପାଳ

   ସଙ୍ଗତେ ଗୋବତ୍ସା ଧେନୁ

ଗୋପ ବୃନ୍ଦାବନେ  କରନ୍ତି ଚାରଣ

   ବଜାଇ ମଧୁର ବେଣୁ

ଅଛି ମୁକସାକ୍ଷୀ  ଯମୁନାର ତଟ

   ସୁମନ କେଳି କଦମ୍ବ ।


ଗୋବିନ୍ଦ କେବଳ  ନୁହଁନ୍ତି ଇନ୍ଦ୍ରିୟ

   ତୁଚ୍ଛ ଜୀବ ଦେହମନ

ସକଳ ଘଟରେ  ସିଏ ବିଦ୍ୟମାନ

   ଆତ୍ମା ରୂପେ ଭଗବାନ

   ଇନ୍ଦ୍ରିୟ ରୂପୀ ଗୋଧନ

ଅଦୃଷ୍ଟ ଗୋବିନ୍ଦ  ଇଙ୍ଗିତେ ନାଚନ୍ତି

   ପ୍ରାଣଧନ ସିଏ କୃଷ୍ଣ ।


ଗୋବିନ୍ଦ ଗୋଲୋକ  ଜ୍ଞାନ ଗତିମୁକ୍ତି

   ଗୋବିନ୍ଦ ଶ୍ରୀଜଗନ୍ନାଥ

 ଭାବରେ ଭକ୍ତିରେ   ସୁଧା ଭାଗବତ    

    ସୁଗଭୀର ବ୍ରହ୍ମତତ୍ତ୍ୱ

ଭଜିଲେ ଗୋବିନ୍ଦ  ଗୋବିନ୍ଦ ଗୋବିନ୍ଦ

   ଜୀବନ ହୁଏ ସାର୍ଥକ ।



Rate this content
Log in

Similar oriya poem from Inspirational