ସାଗର
ସାଗର
ହେ ସାଗର ତୁମେ କେତେ ଯେ ବ୍ୟାପିଛ
ନାହିଁ ତୁମ ସୀମାରେଖା
ନୀଳ ରଙ୍ଗର ଚାଦର ଢାଙ୍କି
ପ୍ରତି ଜାଗାରେ ତୁମେ ଦେଖା,।
ହେ ସାଗର ଘୋ ଘର ଶବ୍ଦ ତୁମର
କରି ଉଚ୍ଚ ଲହଡ଼ି ମାଳ
ଆତ ଯାତ କର କ୍ଷୀପ୍ର ଗତିରେ
ଦେଖାଇ ତୁମର ବଳ,।
ମତ୍ସ୍ୟକନ୍ୟା ଖେଳେ ତୁମ କୋଳେ
ଶାମୁକାର ଗନ୍ଥା ଘର
ଧନ ସମ୍ପଦର ଭଣ୍ଡାର ତୁମେ
ପରକୁ କର ନିଜର,।
ହେ ସାଗର ଶତ୍ରୁର ତୁମେ ମିତ୍ରର ତୁମେ
କବିର କବିତା ଅଟ
ମୁକ୍ତି ପାଏ ସବୁ ପାପିର କର୍ମ
ବୁଡାଇ ଅସ୍ଥି ପାଉଁଶ ଘଟ,।