ଜନନୀ ଭଗିନୀ ଜାୟା
ଜନନୀ ଭଗିନୀ ଜାୟା
ଅରି ନୁହେଁ ସେ କାହାରି
ପ୍ରିୟ ଅଟେ ସବୁରି
ଜନନୀ ଭଗିନୀ ଜାୟା
ରୂପ ଅଟେ ତାହାରି ।
କନ୍ୟା ରୂପେ ଭରିଦିଏ
ମାତାପିତା କୋଳ
ଭଗିନୀ ରୂପରେ ଭାଇ
ସ୍ନେହ ରେ ପାଗଳ ।
ପତ୍ନୀ ରୂପେ ନାରୀ ଅଟେ
ପତି ର ସେଵିକା
ଜୀବନ ର ସାଥୀ ପୁଣି
ସେ ମାର୍ଗ ଦର୍ଶିକା ।
ଦଶ ମାସ କଷ୍ଟ ସହି
ସାଜେ ସେ ଜନନୀ
ସର୍ଵଂସହା ସୁଗୃହିଣୀ
ନାରୀ ନାରାୟଣୀ ।
ଜନମରୁ ମରଣ ସେ
ଉତ୍ସର୍ଗି ଜୀବନ
ଓଷା ବ୍ରତ ଧର୍ମ କରେ
ଦେଇ ମନ ପ୍ରାଣ ।
ନିଜ ସୁଖ ଦେଖେ ନାହିଁ
ବାଣ୍ଟି ଚାଲେ ହସ
ଆଖି ଲୁହ ଓଠେ ପିଇ
ହୁଏ ସେ ନିଃଶେଷ ।
କାୟା ସିନା ଏକ ହେଲେ
ରୂପ ତା ଅନେକ
ଜନନୀ ଭଗିନୀ ଜାୟା
ମିଶି ଏକ ରୂପ ।
ଧରଣୀ ପରି ଉଦାର ସେ
ଅଟେ ସର୍ବଂସହା
ସନ୍ତାନ ର ସୁଖେ ଦୁଃଖେ
କରୁଥାଏ ଆହା। ।
ମାତୃ ରୂପେ ଅଟେ ସିଏ
ସନ୍ତାନ ବତ୍ସଳା
ଦୁଷ୍ଟ ନିବାରଣ ପାଇଁ କରେ
ଦୁର୍ଗା ରୂପେ ଲୀଳା। ।
କଥାରୁ ତା ଝରିପଡେ
ଅମୃତ ର ବାରି
ସଂସାର ରେ ସୂପୂଜିତା
ଦେବୀଟିଏ ପରି ।
