STORYMIRROR

Jyoti Prakash Chaini

Classics

4  

Jyoti Prakash Chaini

Classics

ଶ୍ରୀମନ୍ଦିର

ଶ୍ରୀମନ୍ଦିର

1 min
388


ଓଡ଼ିଆ ଜାତିର ପ୍ରାଣଦାତା ପୁଣି

ଅନ୍ନ ଦାତା ଅଟେ ଯିଏ

କୋଟି ଓଡ଼ିଆର ଗୌରବ ଅଟଇ

ମୋ ଜଗନ୍ନାଥ ପରା ସିଏ ।


ନୀଳାଚଳେ ବସି ଲୀଳା କରୁଅଛି

ବାର ମାସେ ତେର ଯାତ

ଆଷାଢ଼ ମାସରେ ବଡ଼ ଯାତ ପୁଣି

ନାମ ତାର ରଥ ଯାତ।


ଜାତି ଧର୍ମ ବାଛ ବିଚାର ନଥାଏ

ଦର୍ଶନ ଦିଏ ସଭିଙ୍କୁ

ଭାଇ ଭଉଣୀ ଙ୍କୁ ସଙ୍ଗେ ଘେନିକରି

ଯାଏ ମାଉସୀ ମା ଘରକୁ ।


ଆନନ୍ଦ ବଜାରେ ଶ୍ରୀମହାପ୍ରସାଦ

ନିତି ବଣ୍ଟା ହେଉଥାଏ

ଅଇଁଠା ହୁଏନି ସେ ପ୍ରସାଦ କେବେ

ଚଣ୍ଡାଳ ଠୁ ବ୍ରାହ୍ମଣ ଖାଏ ।


ଦୁଃଖିଟିଏ କେବେ ଫେରି ଯାଏ ନାହି 

ତା ଦୁଆରୁ ଶୂନ୍ୟ ହସ୍ତେ

ପାପ କ୍ଷୟ ହୁଏ ଶ୍ରୀ ଜଗନ୍ନାଥ ଙ୍କୁ

ଦେଖି ଦେଲେ ଥରେ ରଥେ ।


ପତିତପାବନ ବାନା ଉଡ଼ାଉଛି

ପତିତ ଉଦ୍ଧାର ପାଇଁ

ତାହା ନିର୍ଦ୍ଦେଶ ରେ ଚାଲିଛି ସଂସାର

ସେତ ଜଗତର ସାଇଁ ।


ଜୀବଗଲା ବେଳେ ତା ମହାପ୍ରସାଦ

ତୁଣ୍ଡରେ ଯେ ପାଇଥାଏ

କୋଟି ପାପ ତାର କ୍ଷୟ ହୋଇଯାଏ

ବୈକୁଣ୍ଠ ରେ ସ୍ଥାନ ପାଏ ।


ବଡ଼ ଠାକୁର ସେ ବଡ଼ ତାର ନେତ 

ବଡ ତାର ଶ୍ରୀମନ୍ଦିର

ଶ୍ରୀ କ୍ଷେତ୍ର ନାମେ ଜଗତରେ ଖ୍ୟାତ

ଗର୍ବ କୋଟି ଓଡ଼ିଆ ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics