କୁଳାଙ୍ଗାର
କୁଳାଙ୍ଗାର
ସ୍ଥିର ଚିତ୍ତ ସାଙ୍ଗକୁ ଶାନ୍ତ ମନ
ଆସୁ ଯେତେ ବି ତୁମ୍ଭି ତୁଫାନ
ଭାବି ପାରେ ଖୋଜି ପାରେ
ଚିନ୍ତି ପାରେ ତିନ୍ତି ପାରେ
ସମାଧାନର ପନ୍ଥା ବାହାର କରେ
ସେ ହିଁ ସତରେ ଭାଗ୍ୟବାନ ।
ଚଞ୍ଚଳ ମନ ଅନମନା
ବାନ୍ଧି ରଖିବା ପାଇଁ
ପ୍ରବୃଦ୍ଧ ମନ ହିଁ ଶୃଙ୍ଗଳ ସିନା
ମନ କୁ ବଶ କରିଲେ
ଅଠାକାଠି ପରି ମନେଇଲେ
ହେବୁ ରେ ସୌଭାଗ୍ୟବାନ ।
ମନ ଆଇନାରେ
ଅତୀତର ପ୍ରତିବିମ୍ବ
ଚଳଚିତ୍ର ପରଦା ପରି ଦିଶେ
କାହାର ସ୍କୃତି ବିଜଡିତ
ମୁରୁକି ହସ
ଆପେ ଆପେ ଧସେଇ ପଶେ
ମନେ ମନେ ଭାବନାରେ
ମଞ୍ଜରୀ
କୁସୁମାଞ୍ଜଳି ଗଭା ପ୍ରସାରି
ଦିଶିଯାଏ ସେହି
ମୁକୁରିତ ସୁନ୍ଦରୀର
ଝିଲିମିଲି ମୁଖ ମୟୂଖ ଆବୋରୀ ।
ନିଶାନ୍ତେ ମନେ ପଡିଲେ
ଦେହଟା ଶିହରୀ ଉତ୍ସୁକେ
କ୍ଷଣିକ ଆନନ୍ଦରେ ନିମଗ୍ନ କରେ
ନିରୋଳା ଶୟନ ଲାଗେ ଇନ୍ଦ୍ର ଭୁବନ ।
ଖାଇବା ବେଳେ କେବେ କେବେ
ତଣ୍ଟିରେ ଲାଗେ
ଖଣ୍ଡି କାସ ଆସେ
ଧସେଇ ପଶେ
ମଥାକୁ ଉଠିଯାଏ
ମଗଜକୁ ଚଢିଯାଏ
ପାଣି ମୁନ୍ଦିଏ ପଡିଲେ
ଶାନ୍ତ ହୁଏ ହାଏ ।
କି'ଏ ଜଣେ ନିଜର ଆପଣାର
ମନେ ପକେଇଛି ବୋଧେ ବହୁବାର
ମୋ ବିଷୟରେ ଆଲୋଚନା ଚକ୍ର
ଗୁଣ ବଖାଣୁଛି ଶୃତି ମଧୁର
ମୋତେ ହୃଦୟରେ ହେଉଛି ସ୍ଥାନ
ସ୍ନେହ ପ୍ରେମ ବନ୍ଧୁତା ଆସ୍ଥାନ
ଭାବିବିସେ ପରମ ସୌଭାଗ୍ୟ ମୋର
ମନେ ପଡ଼େନି ଶତ ଚେଷ୍ଟାରେ
ଚୁପ୍ ଚାପ୍ ରହି ଯାଏ
ଓଠ କାମୁଡ଼ି ପଶ୍ଚାତାପରେ
ଅହୋ ଭାଗ୍ୟ ମୋର
ହତଭାଗ୍ୟ କୁମାର କୁଳାଙ୍ଗାର ।