Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Fantasy

4  

Panchanan Jena

Fantasy

ଅଲଗା ଛାୟା

ଅଲଗା ଛାୟା

1 min
4



ଚାଲ !

ଦିନେ ଦି ଦିନ ପାଗଳ ହେବା 

ମାସକୁ ମାସ ନ ହେଲେ ହେଉ

ଥରେ ଅଧେ ବାଚାଳ ହେବ।


ଚାଲ !

ସକାଳୁ ଉଠିବାନି ଯମା

ଟିକେ ଡେରିରେ ବିଳମ୍ବରେ

ବିଛଣା ଛାଡିବା

ବଡି ଅନ୍ଧାରରୁ ଉଠି ଉଠି

ଅଣନିଃଶ୍ଵାସୀ ଲାଗି ଲାଣି 

ରୋଟିନ୍‌ ବନ୍ଧା କାମ ତ୍ୟାଗିବା


ଚାଲ ! 

ବିଶ୍ରାମ ଲୋଡିବା ଆରାମ କରିବା

ତ୍ୟାଗ କରିବା ବଦଳରେ ଅନ୍ୟଠୁ

ଅପେକ୍ଷା କରିବା

ବିନା ପ୍ରଶ୍ନରେ କାରଣରେ ଅବାନ୍ତର

ଯୁକ୍ତି ବାଢିବା

ଉପରେ ପଡ଼ି ଗପିବା ବେଳେ

ଏଆଡ଼ୁ ସେଆଡୁ ଫୋପାଡିବା


ଚାଲ !

କାନ୍ଦୁ କାନ୍ଦୁ ହସିଦେଇ ସମସ୍ତଙ୍କୁ

ଚମକେଇ ଦେବା

ହସୁ ହସୁ ଲୁହ ଝରେଇ ବାହାରେ

 ଚହଳ ପକେଇବା

ଅର୍ଥରେ ଅନର୍ଥ କଦର୍ଥ ବଦଳରେ

ହୋ ହାଲ୍ଲା କରିବା

ଛୋଟ ମୋଟ ଘଟଣାକୁ ନେଇ

ବକିବା ଆରମ୍ଭ କରିଦେବା


ଚାଲ !

ବେଢ଼ଙ୍ଗ ହେବା ବଦମାସ ହେବା

ଖାଲି ଖାଇବା ଆଉ ଶୋଇବା

କେହି ଉଁ କି ଚୁଁ କଲେ ଚୂପ ରହିବାନି

ଭିତରେ ଟକଟକ ଫୁଟୁଥିବା ଅପମାନକୁ

ଉଗାଳି ଦେବା ଭତ୍କାରି ଦେବା


ଚାଲ ଦେଖିବା !

ଏ ସଂସାର ସାଗରେ କେତେ ମାୟା

ସୁନା ହରିଣ ଅସମ୍ଭବ ଜାଣି ବି

ପଛରେ ପଡ଼ି ହେଉଛି ହନ୍ତସନ୍ତ କାୟା

ସବୁ ମାୟାରେ ବାୟା 

ସବୁ ବାୟାରେ ମାୟା

ସବୁ ପାଗଳ ସବୁ ବାଚାଳ ହିଁ 

ମାୟା ମୋହ ଠାରୁ ଅଲଗା ଛାୟା ।


Rate this content
Log in

More oriya poem from Panchanan Jena