Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Inspirational Others

2.8  

Nilamani Thapa

Inspirational Others

ଭିନ୍ନସ୍ବାଦ

ଭିନ୍ନସ୍ବାଦ

1 min
137



ପୁରାଣ ଦିଅଇ ପୌରାଣିକ ଶିକ୍ଷା

ଭିନ୍ନସ୍ବାଦ ମିଠା କଥା

ସମାଜ ଦିଅଇ ସାମାଜିକ ବାର୍ତ୍ତା

ସଭିଙ୍କୁ କରି ଏକତା ।


ମୁନି ଋଷି ମାନେ ଶିକ୍ଷାର କ୍ଷେତ୍ରରେ

ଦେଉ ଥିଲେ ନିତିବାଣୀ

ଶିକ୍ଷା ର ପ୍ରସାର ଉନ୍ନତି ପାଇଁ କି

ଅଛି ତ ତାଙ୍କ କାହାଣୀ ।


ଜ୍ଞାନୀ ଗୁଣି ଜନ ଦେଇଥାନ୍ତି ସଦା

ସର୍ବଦା ଜ୍ଞାନର ବାଣୀ

ମଧୂର ବଚନ ଶିକ୍ଷା ଦେଇଥାନ୍ତି

ଆମେ ତାଙ୍କ ପାଖେ ଋଣି ।


ଗୁରୁଙ୍କର ଜ୍ଞାନ ନୁହଁଇ ଅବଜ୍ଞା

ପୂଜନୀୟା ସବୁଠାରେ

ପୂଜା ପାଇଥାନ୍ତି ସମାଜ ଭିତରେ

ସମ୍ମାନ ତା ସହକାରେ ।


ଭଣ୍ଡ ପ୍ରକୃତି ର ଲୋକଟି ସର୍ବଦା

ଅଧିକ ଅର୍ଜନ ଚାହେଁ

ଭିନ୍ନସ୍ବାଦ କଥା ସବୁଠାରେ କହି

କାହାକୁ ବି ଠକି ନିଏ ।


ଧ୍ୟାନ ସହକାରେ କର୍ତ୍ତବ୍ୟ କରିଲେ

ନିଜର ମଙ୍ଗଳ ହୁଏ

ଶିକ୍ଷିତ ଜନଙ୍କ ସାଥିରେ ରହିଲେ

ମଧୁର ବଚନ ମିଳେ ।


ଗୁରୁଜନଙ୍କ ର ଆଦେଶ ମାନି କି

ଆଗକୁ ବଢିବା ଆମେ

ଉନ୍ନତି ର ବାଟ ପାଇବା ତାଙ୍କଠୁ

ଶିକ୍ଷିତ ହୋଇବା ଦିନେ ।


ସତ୍ୟ ପଥଦେଇ ଆଗକୁ ବଢିଲେ

କେହି ବି ଆଶ୍ରୟ ଦେବେ

ଜ୍ଞାନୀ ଠାରୁ ସଦା ଜ୍ଞାନ ପାଇଥିଲେ

କେହି ନ ଠକି ପାରିବେ ।


ଯେଉଁ ଜ୍ଞାନ ଆମେ ଅର୍ଜନ କରିଛେ

ସେଇଠୁ ଆସେ ଭିନ୍ନ ମତ

ଶିକ୍ଷା ସମୟେ ଶିକ୍ଷଣିୟ ବାର୍ତ୍ତାରେ

ମିଲିଥାଏ ଭିନ୍ନସ୍ବାଦ ।



Rate this content
Log in

Similar oriya poem from Inspirational