ମାଆ
ମାଆ
ମାଆ ପରି ଆଉ କେହି ନାହିଁ
କି ଲେଖା ଲେଖିବି ତାହା ପାଇଁ.
ମୋତେ ଶିଖାଇଛି ଲେଖା ଜିଏ
ତାହା ପାଇଁ ଲେଖିବାକୁ ମୁଁ କିଏ.
ଆପ ତେଜ ବାୟୁ ଅନଳ ରେ
ନିଶ୍ୱାସ ପ୍ରଶ୍ୱାସ ସବୁଥିରେ.
ବାଟ ଚାଲି ବା ଠୁ ଆରମ୍ବିଲେ,
ଖାଦ୍ୟ ପେୟ ଆଉ ପୋଷାକ ରେ
ଅନ୍ତର ର ଇଚ୍ଛା ଜାଣୁଥାଏ
ମାଆ ପରି ଆଉ ହେବ କିଏ.
ମାଆ ର ମମତା ନ ଜାଣିଛି ଯିଏ,
କିପରି ଜାଣିବ ସ୍ନେହ ସିଏ
ମମତା ର ଭଣ୍ଡାର ତ ସିଏ
ପୃଥିବୀ ଠୁ ବେଶି ସାହିଯାଏ l
ଦିନ ରାତି ଉଜାଗର ରୁହେ
ପିଲା ପରେ ଲକ୍ଷ ରଖି ଥାଏ.
ମୁହଁ ଦେଖି କରି କହି ଦିଏ
ଖାଇ ନାହୁଁ ଆଜି ଜାଣି ଦିଏ.
ମାଆ ନୁହେଁ ଇଶ୍ୱର ତ ସିଏ
ଚାନ୍ଦ ମାଗିଲେ ବି ଦେଇ ଦିଏ.
ତାର ଅଣଦେଖା କରିବାନି
ପିଲା ଏହା କେବେ ଭୁଲିବାନି.