Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Inspirational

3  

Nrusingha Narayan Tripathy

Inspirational

ଶିବମୟ ସାରା ସଂସାର

ଶିବମୟ ସାରା ସଂସାର

1 min
186


ଶୁଭ ଅବସରେ ଜାଗର ରାତ୍ରରେ

ପ୍ରଦୀପରେ ଆଲୋକିତ 

ତମସ ଅନ୍ଧାର କାଳିମା ସାଗର 

ସଦା ହେଉ ନିର୍ବାପିତ ll


ଓଁ ନମଃ ଶିବାୟ ଓଁ ନମଃ ଶିବାୟ

ପ୍ରତିଧ୍ୱନି ପ୍ରତି ହୃଦେ

ସବୁ ଶିଵାଳୟେ ସଭିଙ୍କ ଆଳୟେ

ପବିତ୍ରତା ପାଦେ ପାଦେ ll


ପୂଜା ନାମ ବ୍ରତ ଓଷା ଯଜ୍ଞ ତପ

ପୁଣ୍ୟ ନିଷ୍ଠା ଏକାଗ୍ରତା

ଈଶ୍ୱର ପ୍ରାର୍ଥନା ମନର କାମନା

ଅଭିଳାଷେ ସଫଳତା ll


ନୁହେଁ ଅକାରଣ ସାର୍ଥକ ଜୀବନ

ସଦାଶିବ ଆଶୀର୍ବାଦେ

ଜଗତ କଲ୍ୟାଣ ପାଇଁ କି କାରଣ

ଜୀବନ ଯାଉ ଜଗତେ ll


ସଂସାର ତାରଣ ଲାଗି ବିଷ ପାନ

କରିଥିଲେ ଆଶୁତୋଷ

ସ୍ୱାର୍ଥ ତ୍ୟାଗ ଦାନ ସେବାରେ ଜୀବନ

ପ୍ରଭୁ ଦିଅନ୍ତି ଆଶିଷ ll


ଶିବାଳୟ ଜ୍ୟୋତି ଜାଗିଉଠୁ ପ୍ରୀତି

ହିଂସା ଈର୍ଷା ଯାଉ ଛାଡି

ଜ୍ଞାନର ଆଲୋକେ ଆଲୋକିତ ହେଉ

ଅଜ୍ଞାନତା ଯାଉ ହଟି ll



Rate this content
Log in

Similar oriya poem from Inspirational