STORYMIRROR

Narayan Sethi

Abstract Children Stories Inspirational

3  

Narayan Sethi

Abstract Children Stories Inspirational

ଆମେ ଭାରତୀୟ

ଆମେ ଭାରତୀୟ

2 mins
302


ଭାରତ ମାତା ର ପୁଅ ଝିଅ  

ସେତ ଭାରତୀୟ ସୈନିକ

ପ୍ରଥମ ସୁରକ୍ଷା ମାଆ ର    

ଆମେ ଗୋଟେ ଗୋଟେ ସୈନିକ.... ......!!

ମୃତ୍ୟୁ କୁ ଆମ ନାହିଁ ଡର   

ଆମ ଜୀବନ କରୁଅଛୁ ତ୍ୟାଗ   

ଭାରତ ମାଆ ର ସନ୍ତାନ ଆମେ

ଆମେ ଭାରତୀୟ ସୈନିକ .................!!

ଘାଟି ରେ ଆମ ଘର ସଂସାର 

ନିଜ ଘର କୁ କରୁଅଛୁ ଆମେ କିଛି ଦିନ ପାଈଁ ପର

ଭାରତ ମାଆ ର ସୈନିକ ଆମେ

ଏଇ ଭାରତ ର ସୀମା ଆମ ଘର.............!!

ଏଇ କିଛି ଦିନ ହେବ ହରେଇଲୁ ଆମେ

ଏଇ ମାଟି ମାଆ ର ବିର ଯବାନ

ତଥାପି ହାରିନୁ ଆମେ କରୁଅଛୁ ଆମେ ଶପଥ

ଆମେ ଗୋଟେ ଗୋଟେ ସୈନିକ..................!!

ଜଳ ସ୍ଥଳ ଆକାଶ ଅଗ୍ନୀ ରେ

ନିଚିତ ନେବୁ ଆମେ ଉଚିତ ସମୟ ରେ

ଚିନି ଠୁ ପ୍ରତିଶୋଧ ହଁ ଶତ୍ରୁ ପାଈଁ ଆମେ ବିପଦ

ଆମେ ଭାରତୀୟ ଆମେ ଭାରତ ର ସୈନିକ...........!!

ସୀମା ସୁରକ୍ଷା ଆମର ପ୍ରଥମ ଦାୟିତ୍ୱ

ଶୋଇନୁ କି ଆମେ ଶୋଇବୁନି ଦିନ ରାତି

ଭାରତ ମାଟି ର ଆମେ ସନ୍ତାନ

ପଛ ଘୁଞ୍ଚା ନାହିଁ ଆମର ନୀତି ...........!!

ହେଲେ ହେଇପାରେ ବଳିପଡିଯିବୁ

ମାତୃଭୂମି ଉପରେ ଶତ୍ରୁ ର ପାଦ କୁ

ରଖେଇ ଦେବୁ ନାହିଁ ଥୋଇ

ବିନା ଅସ୍ତ୍ର ଶସ୍ତ୍ର ରେ ବୋହିଦେବୁ ରକ୍ତ ରଞ୍ଜିତ ନଈ.....!!

ପ୍ରଶିକ୍ଷଣ ଆମ ଅତି କଠିନ

ତଥାପି ମନ କୁ ବୁଝାଇ ଥାଉ

କାରଣ କଠିନ ହେଉ ପଛେ ମୋ ସୈନିକ ଜୀବନ

ଏଇ ଭାରତ ର ଯଶ ଯୁଗେ ଯୁଗେ ରହିଥାଉ.........!!

ବରଫ ର ଧଳା ଚାଦର ଉପରେ

ଥଣ୍ଡା ର ପ୍ରକୋପ ଅତି ଅସହ୍ୟ

କିନ୍ତୁ ଆମ ଭରତୀୟ ସୈନିକ

ଅଧର୍ଯ୍ୟ ନୁହେଁ କେବେ ଆମେ ସବୁ ଥଣ୍ଡା ଖରା ସହି ଯାଉ...!!

କେବେ ପୁଣି ରାଜସ୍ଥାନ ର

ବାଲିର ପାହାଡ଼ ଉପରେ

ନିରିଯିବ ବହୁରୂପୀ ପରି ଶତ୍ରୁ କୁ

ଆଖି ନଜରେ ରଖିଥାଉ

ଶତ୍ରୁ ଯଦି ମାଟି ମାଆ ଉପରେ

ଆଖି ପକାଏ ଆମେ ତା ଆଖିକୁ ଟାଣି ଆଣୁ.........!!

ମନ ବଳ ଆମ ଉଚ୍ଚ କରିଅଛୁ

ହରିବାର ଆମେ ଜମା ଶିଖିନୁ

ଶରୀରରୁ ମସ୍ତକ ଅଲଗା ହେଇପାରେ

ପଛ କୁ ଫେରିବା ଆମେ ବୁଝିନୁ...........!!

ରକ୍ତ ର ହୋଲି ଖେଳିବୁ ଆମେ

ଦେଇ ଦେବୁ ପଛେ ଆମ ଏଇ ଜୀବନ

ଭାରତ ମାଆ ର ସନ୍ତାନ ଆମେ

ଭାରତୀୟ ବୋଲି ଆମେ ଭାରି ସ୍ୱାଭିମାନ

ଆମେ ଗୋଟେ ଗୋଟେ ଭାରତୀୟ ସୈନିକ...........!!

               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract