ଆମେ ବଦଳିବା କେବେ
ଆମେ ବଦଳିବା କେବେ
ବୁଢାଗଛର ଥୁଣ୍ଟା ଡାଳରେ ଫୁଟୁଛି ଯଦି ଫୁଲ,
ନିମ୍ବ ପତର ମିଠା ଲାଗିଲେ କହୁଛୁ ଶୁଭଫଳ ।
ଶୁଆ କୁକୁର ବିଲେଇ ଯଦି ଖାଇଲେ ମିଳିମିଶି,
ଦେଖିବା ଲୋକ ଶୁଣିବା ଲୋକ ହୁଅନ୍ତି ଭାରି ଖୁସି ।
ଧଳାକାଉ କି କାଳିଆ ବଗ ଫଳରେ ଚକା ଆଖି,
ପୂଜା କରୁଛୁ ପନିପରିବା ଦେବୀ ଆକୃତି ଦେଖି ।
ବିକୃତ ଶିଶୁ ଜନମ ହେଲେ ଦେଖିବା ପାଇଁ ଭିଡ଼,
ବାତ ମାରିଲେ କହୁଛୁ ଆଗ ଗୁଣିଆଁ ଠାରୁ ଝାଡ଼ ।
ଭଣ୍ଡବାବାଙ୍କ ଭେଳିକି ଦେଖି ଭକତ ହେଇଯାଉ,
ବିପଦ ବେଳେ ଜାତକ ଧରି ଗଣନା କରିଥାଉ ।
ମଲା ମଣିଷ ଉଠିବ ଦିନେ ଭାବନ୍ତି କିଛି ଲୋକ,
ଡାହାଣୀ ବୋଲି କହି ମଣିଷ ମାରନ୍ତି ଆଉ କିଛି ।
ବଦଳିଲାଣି ଦେଶ ଦୁନିଆ ରୋବର୍ଟ କରେ କାମ,
ବଦଳୁନାହିଁ ଅନ୍ଧ ବିଶ୍ଵାସ ବଦଳୂ ନାହିଁ ମାନ ।
