STORYMIRROR

Kabiratna Nutan Kumar Behera

Abstract Classics

4  

Kabiratna Nutan Kumar Behera

Abstract Classics

ଆମ୍ବ ବଉଳ

ଆମ୍ବ ବଉଳ

1 min
332

ମାଘମାସ ଶେଷ ପହିଲି ଫଗୁଣେ 

ଶୀତ କମି କମି ଆସେ ପ୍ରତିକ୍ଷଣେ, 

ଉତ୍ସାହ ଆନନ୍ଦ ଭରି ମନେ ପ୍ରାଣେ 

ବସନ୍ତକୁ ଧରା ସାଥେ ଧରି ଆଣେ।


    ଆମ୍ଵ ଡାଳେ ବଉଳି ଆସେ ବଉଳ 

    ଦିଶେ ଶୋଭାକାର ରୂପରେ ଦେଉଳ, 

    ଉଡି  ଆସି କାହୁଁ ବସଇ କୋକିଳ 

    ଗାଇ ମଧୁର ଗୀତ କରେ ବ୍ୟାକୁଳ। 


ମହ ମହ ବାସ ତା' ମହକି ଉଠେ 

ହସ ଖେଳି ଯାଏ କୁଆଁରୀର ଓଠେ, 

ସୁଖ ଶାନ୍ତି  ଭରା ଜୀବନର ପାଠେ 

ଶୁଭ ମନାସେ ଯାଇ ଦେବୀଙ୍କ ପୀଠେ।


      ଆମ୍ଵ ବଉଳର ଝରା ମଧୁ ରସେ 

      ଆକୃଷ୍ଟ ହୋଇଣ ମହୁମାଛି ଆସେ,

      ମଧୁ ପାନ କରି ସେ ମନ ହରଷେ 

      ମହୁଫେଣା ଗଢେ ଶ୍ରମର ସକାଶେ। 


ମୃଦୁ ମୃଦୁ ବହେ ଦକ୍ଷିଣା ପବନ

ଋତୁରାଜ ଆସେ ଛୁଇଁ ତନୁ ମନ,

ସମ୍ଭାବନାର ତ ପ୍ରତିଟି  ଜୀବନ 

ସାକାର କରିବାକୁ ଦେଖେ ସପନ।


      କୋଇଲି ସାଥିରେ ହଳଦୀବସନ୍ତ 

      ସଂଗୀତ ତାନେ କରନ୍ତି ରୁଦ୍ଧିମନ୍ତ, 

      ଫୁଲର ଫଗୁଣେ ଶୀତ ହୁଏ ଅନ୍ତ 

      ଦୁଃଖି ଜନ ମନ ସୁଖେ ହୁଏ ଶାନ୍ତ।


ଏ ଆମ୍ବ ବଉଳ ହୋଇ ବିକଶିତ 

ଶୁଭ ବାରତା କରଇ ପ୍ରକାଶିତ, 

ସୃଷ୍ଟି କରେ ଜଗତ ଜନର ହିତ 

ପ୍ରାଣର ଫୁଲକେ କରଇ ମୋହିତ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract