Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Abstract Inspirational

5.0  

BISWESWAR MAJHI

Abstract Inspirational

ଆମ ଯୁବ ଶକ୍ତି

ଆମ ଯୁବ ଶକ୍ତି

1 min
286


ଯୁଗେ ଯୁଗେ ଯୁବ ଶକ୍ତି ଦେଶର ସମ୍ପଦ

ଦେଶର ପ୍ରଗତି ଯୁବା ହାତରେ ସମ୍ଭବ ।

ପିତୃ ସତ୍ୟ ପାଇଁ ରାମ ବରି ବନବାସ

ଭ୍ରାତୃ ଭକ୍ତ ଲକ୍ଷ୍ମଣ ଭରତ ଭାବେ ଦାସ ।

ଶ୍ରବଣ କୁମାର ବହି କନ୍ଧେ ମାତା ପିତା

ସକଳ ତୀର୍ଥ ଭ୍ରମଣ ପୂର୍ଣ୍ଣ ମନବାଞ୍ଛା ।

ରାଣ୍ଡି ପୁଅ ଅନନ୍ତା ଟି ଆତ୍ମବଳି ଦେଇ

ବଢି କବଳରୁ ଗ୍ରାମ ସୁରକ୍ଷା ଦିଅଇ ।

ସହୀଦ ଭଗତ ଖୁଦିରାମ ରାଜଗୁରୁ

ଚନ୍ଦ୍ରଶେଖର ଆଜାଦ ଦେଶ ପାଇଁ ଗରୁ ।

ନେତାଜୀ ବିବେକାନନ୍ଦ ଯୌବନ ଉଦ୍ଦାମେ 

ଜଗତକୁ ଦେଶପ୍ରେମ ଦୀକ୍ଷା ଦେଲେ ମର୍ମେ ।

କଳ୍ପନା ଚାଓଲା ପୁଣି ସୁନିତା ଉଇଲିୟମ୍

ବୀରତ୍ବର ଗାଥା ଅଭିନନ୍ଦନଙ୍କ ଦେଶ ପ୍ରେମ। 

ଭାରତର ଯୁବ ଶକ୍ତି ବିଶ୍ୱରେ ବିରଳ

ବ୍ୟାପିଛନ୍ତି ଚତୁର୍ଦିଗ ନଭ ଜଳ ସ୍ଥଳ ।

ନବ ନବୋନ୍ମେଷ ପ୍ରଜ୍ଞା ପ୍ରତିଭା ବଳରେ

ଦେଶର ଶିର ଉନ୍ନତ କରନ୍ତି ଆଭା ରେ ।

ବିଦେଶୀ ସଭ୍ୟତା ଆଜି କରୁଛି ବାଇଆ 

ଚାକଚକ୍ୟ ବିଳାସରେ ସଭିଏଁ କିମିଆଁ ।

 ହ୍ୱାଟସାପ ଫେସବୁକ୍ ଚାଟିଙ୍ଗ ଡେଟିଙ୍ଗ 

ସେଇଥିରେ ଦିନ ବିତେ କରିଣ ସେଟିଙ୍ଗ ।

ରୂପ ପ୍ରଲୋଭନେ ପଡି ପ୍ରେମ ନାମ ଧରି

ଭାବନ୍ତି ସଂସାର ପାରା ହୋଇବେ ସେ ପାରି ।

ବିବାହ ଧୂମଧାମରେ ବିଛେଦ ତା ପଛ

ସାତ ଜନମକୁ ସାଥି ହେଲା ଆଜି ମିଛ ।

ଟିକଟକ ପିଛା ପଡି ପାଉଛନ୍ତି ତୋଡା 

ଯୁବ ଶକ୍ତି ସୁଧୁରିଲେ ଦେଶ ହେବ ଛିଡା ।


Rate this content
Log in

Similar oriya poem from Abstract