STORYMIRROR

Suresh chandra Padhy

Children

3  

Suresh chandra Padhy

Children

ଆମ ଉତ୍କଳ

ଆମ ଉତ୍କଳ

1 min
166


ଜନନୀ ଜନ୍ମଭୂମି ଆମ ଉତ୍କଳ ଭୂଇଁ

ପାଣି ପବନ ତାର ମନକୁ ଯାଇଛି ଛୁଇଁ

ସାଗର ପଦ ଧୌତ କରେ ନିତି

ସାରା ଦେଶରେ ବିଖ୍ଯାତ ଉତ୍କଳର କଳା ଓ ସଂସ୍କୃତି

ଜଗା ବଳିଆର ରଥଯାତ୍ରାକୁ ଦେଖନ୍ତି ସାରା ବିଶ୍ୱରେ

ବାର ମାସରେ ତେର ଯାତ୍ରା ହୁଏ ଉତ୍କଳ ଭୂଇଁରେ

କୋଣାର୍କର କରୁକାର୍ଯ୍ୟ ମନକୁ ହରଇ

ଧନ୍ୟ ଆମ ଉତ୍କଳ ର ବାର ସହ ବଢେଇ

ମାଆ ଘଟଗାଁ ତାରିଣୀସଙ୍କଟ  ହାରିଣୀ

ଭକତର ଦୁଃଖ ହରନ୍ତି ମନକଥା ଜାଣି

ଆମେ ଓଡ଼ିଆ ଆମ ଭାଷା ବଢିଆ

ସଦାସାହା ଆମ ପାଇଁ ନୀଳାଚଳୀଆ

ଓଡ଼ିଆଙ୍କ ଖାଦ୍ୟ ପଖାଳ ସଭିଏଁ ଜାଣନ୍ତି

ଆମ ଓଡ଼ିଆଣୀ ମନଜାଣି ପରଷିଦିଅନ୍ତି

ଲକ୍ଷ୍ମିଠାକୁରାଣୀଙ୍କ ପୂଜା ମଣବସା ଗୁରୁବାର

ଲକ୍ଷ୍ମି ପାଦ ପଦ୍ମ ଚିତା ପଡେ ସଭିଙ୍କ ଦୁଆର

ଆମେ ଓଡ଼ିଆ ବୋଲି ଗର୍ବରେ କହିବା

ନିଜ ପରମ୍ପରାକୁ ଭାଷାକୁ କେବେ ଭୁଲି ନ ଯିବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children