STORYMIRROR

Anirudha Kund

Tragedy

2  

Anirudha Kund

Tragedy

ଆମ ସରକାର

ଆମ ସରକାର

1 min
137

ଆମ ସରକାର   ବହୁତ ଉଦାର

    ରଖନ୍ତିନି କାହା ଉଦ୍ଧାର

ନିର୍ବାଚନ ପରେ ଚୁକାନ୍ତି ହିସାବ 

    ନକରି ପାତର ଅନ୍ତର

ସବୁ ମଦ ଭାଟି  ଦେଇଥିଲେ ଭେଟି

   ମଜା ଆସିଥିଲା ପ୍ରଚାର

ଭୁଲିନି ଶାସନ ତାଙ୍କ ଅନୁଦାନ

  ମିଳିବ ତାଙ୍କୁ ପୁରସ୍କାର 

ମିଳିବ ଫଳକ  ବିକିଲେ ଅଧିକ

    କୁହନ୍ତି ଆମ ସରକାର

ମଦୁଆ ବଢିବେ ରାସ୍ତାରେ ଗଡିବେ

     ଭରିବ ରାଜସ୍ବ ଭଣ୍ତାର

ଘର ବାଡି ବିକି  ମଦ ଟା ପିଇକି

     ଉଜୁଡୁ ତାହାର ସଂସାର

ଗାନ୍ଧି ମୁଣ୍ତ ଖଣ୍ତେ ହାତେ ପଡିଗଲେ

   ବନିବ ଆମର ଭୋଟର

ଗରିବ ରହିଲେ  ଚାଲିବ ଯୋଜନା

    ନେତାଙ୍କୁ ମିଳିବ ପାଉଣା

 ମଦ ପିଇ ପିଇ ରାଜକୋଷ ଭର

    ହୁଅନି ଯମା ବାଟବଣା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy