STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା

ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା

1 min
171


ବୈଶାଖର ଅକ୍ଷୟ ତୃତୀୟା ଅତି ପବିତ୍ର ପର୍ବ ଜାଣ

ବିଭିନ୍ନ ପୂରାଣ ପୋଥିରୁ ଏହା ହୋଇଅଛି ପ୍ରମାଣ

ଏହି ଦିନରେ କୃଷକ ଭାଇ ପ୍ରାତଃ କାଳରୁ ଉଠଇ

ମାଟି ମାକୁ ପୂଜା କରି ସେ ତ

ଜମିରେ ଆଖି ମୁଠି ଅନୁକୂଳ କରଇ

ଚନ୍ଦନ ପ୍ରିୟ ମୋର କାଳିଆ ସାଆନ୍ତ ଜାଣିଛନ୍ତି ଭକ୍ତ ଜନ

ସର୍ବାଙ୍ଗ ରେ ଚନ୍ଦନ ଲାଗି ହେଲେ ସୁନ୍ଦର ଦିଶେ କଳା ବଦନ

ନନ୍ଦା ଭଦ୍ରା ଦୁଇ ନାବରେ ବସନ୍ତି

ନରେନ୍ଦ୍ର ପୁସ୍କରିଣୀରେ ପ୍ରଭୁ ଚାପ

ଖେଳନ୍ତି

ମଦନ ମୋହନ ଶ୍ରୀ ଦେବୀ 

ଭୂ ଦେବୀ ସାଥିରେ ପଞ୍ଚୁ ପାଣ୍ଡଵ ବସନ୍ତି

ଆଜି ଠାରୁ ପ୍ରଭୁ ଚନ୍ଦନ ଯାତ୍ରା ର ଶୁଭାରମ୍ଭ କରନ୍ତି

ରଥ ଯାତ୍ରା ଲାଗି ହୁଏ ରଥ ଖଳାରେ 

ରଥ କାଠ ର ଅନୁ କୁଳ

ପୂଜା ପଣ୍ଡା ଆସନ୍ତି, ଆସନ୍ତି ବିଶ୍ଵକର୍ମା ସେବକ ଆଣିଥାନ୍ତି ସାଥେ ମହାପ୍ରଭୁଙ୍କ ଆଜ୍ଞା ମାଳ

ଆଜି ଧରାଧାମକୁ ଗଙ୍ଗା ହୋଇ ଥିଲେ ଅବତରଣ

ଭକ୍ତଙ୍କର ପାପ ନାଶି ସେ କରନ୍ତି ତାରଣ

ଭକ୍ତ ଜୟ ଦେବ ହୋଇଥିଲେ ଜନମ

ଆଜିର ଦିନରେ

ଲେଖିଗଲେ ଗୀତଗୋବିନ୍ଦ, ଅତି ପ୍ରିୟ ପ୍ରଭୁଙ୍କ ବୋଲାଯାଏ ଶ୍ରୀମନ୍ଦିରରେ

ଆଜିର ଦିନରେ ପର୍ଶୁରାମ ହୋଇଥିଲେ ଅବତାର

ରେଣୁକା, ଯମଦଗ୍ନିଙ୍କ ସନ୍ତାନ ରୂପେ ଜନ୍ମ ହୋଇଥିଲା ତାଙ୍କର

ଦ୍ଵାରିକା ପୁରରେ ଶ୍ରୀକୃଷ୍ଣ ସୁଦମାକୁ

ଆଜି ଭେଟି ଥିଲେ

ଗରିବ ସୁଦାମାର ଦୁଃଖ ବୁଝି ଧନ

ସମ୍ପଦ ସବୁ ଦେଇ ଥିଲେ

ବଦ୍ରିନାଥ କେଦାରନାଥ ପ୍ରଭୁଙ୍କ ଆଜି ଖୋଲଇ ମନ୍ଦିର

ଛଅ ମାସ ଲାଗି ଭିଡ଼ ଲାଗେ ଯାଆନ୍ତି ଭକ୍ତ ପ୍ରଭୁଙ୍କ ଦ୍ୱାର

ସୁନା ରୂପାକୁ ଆଜିର ଦିନରେ ଭକ୍ତ କ୍ରୟ କରନ୍ତି

ମାତା ମହାଲକ୍ଷ୍ମୀଙ୍କ ସେ ତ କରୁଣାକୁ

ଲଭନ୍ତି, ଆଜିର ଦିନର ମହିମା କିଏ 

ଗାଇପାରିବ, ଆଜିର ଦିନରେ କରିଥିବା ପୁଣ୍ୟ କର୍ମ ଅକ୍ଷୟ ହୋଇରହିବ

 



Rate this content
Log in

Similar oriya poem from Inspirational