STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଆମ ସଂସ୍କୃତି

ଆମ ସଂସ୍କୃତି

1 min
276


ଓଡ଼ିଆ ସଂସ୍କୃତି ପୂରଣା ସଂସ୍କୃତି

ପ୍ରଭୁ ସଂସ୍କୃତି ଟି ଜାଣ

ଜଗନ୍ନାଥଙ୍କର ଅପୂର୍ବ ସଂସ୍କୃତି

ମାନବ ସଂସ୍କୃତି ଜାଣ ।୧।

ଯାହାର ଈଙ୍ଗିତେ ଚରାଚର ପୄର୍ଥୀ

ଗତିମାନ ହୁଏ ଜାଣ

ସମସ୍ତ ଭିଆଣ ଜଗତ ତାରଣ

ଜଗନ୍ନାଥ ପ୍ରଭୁ ଜାଣ ।୨।

ଶ୍ରୀକ୍ଷେତ୍ରରେ ଥାଇ ଦିବ୍ୟ ନୟନରେ

ଦେଖୁଥାନ୍ତି ଜନ ଜନ

ଜଗତର କାର୍ଯ୍ୟ କରିବା ନିମନ୍ତେ

ମନୁଷ୍ୟ ପାଏଟି ଜନ୍ମ ।୩।

ଓଡ଼ିଆ ପୁଅ ସେ ଜଗତ କଲ୍ୟାଣେ

ପୁରୀ କ୍ଷେତ୍ର ହୁଏ ଧନ୍ୟ

ଜାତିଭେଦ ନାହିଁ ଭକ୍ତଙ୍କର ଭକ୍ତି

ତାଙ୍କ ଶ୍ରୀଚରଣେ ମାନ୍ୟ ।୪।

ତାଙ୍କରି ଧାମଟି ବିଚ୍ଛିନ୍ନାଚଳ ଭି

ଭାଷା ଶୂନ୍ୟ ଅଟେ ଜାଣ

ଭାଷା ଧୂଳି ଦେଇ ବିଚ୍ଛିନ୍ନ କ୍ଷେତ୍ରକୁ

ପୂର୍ଣ୍ଣ କର ତାଙ୍କ ପ୍ରାଣ ।୫।

ଆଶାର କୀରଣ ପ୍ରକାଶିତ ହେଉ

ରହୁଟି ଭାଷାର ମାନ୍ୟ

ଓଡ଼ିଆ ପୁଅର ଆଶିର୍ବାଦ ହେଉ

ଛିନ୍ନ କ୍ଷେତ୍ର ହେଉ ଧନ୍ୟ ।୬।

ଭାଷାର କୀରଣ ଜାଗ୍ରୁତି ହେଉହେ

ଆଦର ହେଉ ଭାଷାର

ଅଭିଳାଷା ତାଙ୍କ ପୂରଣ ହେଉହେ

ଉନ୍ନତି ପାଉ ଭାଷାର ।୭।

ଓଡ଼ିଆ ସଂସ୍କୃତି ପୂରଣା ସଂସ୍କୃତି

ପ୍ରଭୁ ସଂସ୍କୃତି ଜାଣ

ଜଗନ୍ନାଥଙ୍କର ଅପୁର୍ବ ସଂସ୍କୃତି

ମାନବ ସଂସ୍କୃତି ଜାଣ ।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational