STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ଆମ ସଂସ୍କୃତି ଆମ ପରମ୍ପରା

ଆମ ସଂସ୍କୃତି ଆମ ପରମ୍ପରା

1 min
252

ଆମ ସଂସ୍କୃତି ଆମ ପରମ୍ପରା ଭାରି ନିଆରା

ଓଡ଼ିଆ ଭାଷା ବଢିଆ ବରଷକେ ବିଷୁବ ଆସିଛି ପରା

ପଣା ସଂକ୍ରାନ୍ତି ହନୁମାନ ଜୟନ୍ତୀ ନବବର୍ଷ ଆସରା

ତୁଳସୀ ମୂଳେ ଦୀପଟି ଜଳେ ଛାମୁଣ୍ଡିଆ ଜଳର ପସରା 

ଦଣ୍ଡ ପାଟୁଆ ନିଆଁରେ ଚାଲି ଭକ୍ତ ନିଦର୍ଶନ ଭାରେ ଭରା

ସୂର୍ଯ୍ୟଙ୍କ ଗତି ବିଷୁବ ଇତି ଜାଳିବେ ଜଳିବ ଖରା

ଜଳଛତ୍ର ଦେଇ ପାଣି ପଣା ଭରସା ସାରା

ଛତୁଆ ବିଞ୍ଚଣା ବ୍ରାହ୍ମଣେ ଦାନ କରିବା ପୁଣ୍ୟ

ବୀର ହନୁମାନ ଜୟନ୍ତୀ ପୁତ୍ର ପବନ ଗାଇ ରାମ ନାମ

ଭକ୍ତର ରକ୍ଷା ଦେଇ ସୁରକ୍ଷା ଉଡାଇ ବାନା

ଛାତି ଚିରିଦେଲେ ପ୍ରଭୁ ରାମ ଶୋଭନ ଅନା

ସଂସ୍କୃତି ସଂହତି ପରମ୍ପରା ଭାଷା ପ୍ରୀତି ସାହାରା

ଜଗନ୍ନାଥ ସେତ ଓଡ଼ିଆଙ୍କ ପ୍ରାଣ ଦିଅନ୍ତି ଭକତେ ଇଶାରା

ବରଷକେ ବାର ମାସେ ତେର ଯାତାରା

ନୀଳଚକ୍ର ଅବା ପତିତ ପାବନ ବାନା ଉଡି ଦିଏ ଇଶାରା

ଜଗତ ଉଦ୍ଧାର ପାଇଁ ଅବତାର ଅବତରୀ ଏ ଧରା

ନିଶ୍ୱାସେ ବିଶ୍ୱାସ ଦେବାକୁ କଳ୍କୀ ଅବତାର ଏ ସାରା

ଭାଇଚାରା ସ୍ନେହ ମମତା ପ୍ରୀତି ଅସରା ପଶରା

ମାଆ ର ପଣତ ମନ୍ଦିର ନେତ ବାପା ଆମ ଗୁରୁ ରକ୍ଷକ ସାରା

ଶ୍ରବଣ କୁମାର ପରି ପୁତ୍ର ପୁତ୍ରୀ ହୁଅନ୍ତୁ ସାରା

ଏହି ଅନୁଚିନ୍ତା ଆଜି ହୃଦୟରୁ ଉଠଇ ପରା

ଗୁରୁଜନେ ଭକ୍ତି ଲଘୁଜନେ ପ୍ରୀତି ପ୍ରେମ ମନ୍ଦାକିନୀ ଶାଶ୍ୱତ ନୀରା

ଜଗତର ନାଥ ଆହେ ଜଗନ୍ନାଥ କୃପା ବାରିଧିର ଆସରା

ଓଡ଼ିଆ ନବବର୍ଷ ର ପ୍ରଥମ ପର୍ବ ପଣା ସଂକ୍ରାନ୍ତି ପାଳିବା ସାରା ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract