ଆମ ସଂସ୍କୃତି ଆମ ପରମ୍ପରା
ଆମ ସଂସ୍କୃତି ଆମ ପରମ୍ପରା
ଆମ ସଂସ୍କୃତି ଆମ ପରମ୍ପରା ଭାରି ନିଆରା
ଓଡ଼ିଆ ଭାଷା ବଢିଆ ବରଷକେ ବିଷୁବ ଆସିଛି ପରା
ପଣା ସଂକ୍ରାନ୍ତି ହନୁମାନ ଜୟନ୍ତୀ ନବବର୍ଷ ଆସରା
ତୁଳସୀ ମୂଳେ ଦୀପଟି ଜଳେ ଛାମୁଣ୍ଡିଆ ଜଳର ପସରା
ଦଣ୍ଡ ପାଟୁଆ ନିଆଁରେ ଚାଲି ଭକ୍ତ ନିଦର୍ଶନ ଭାରେ ଭରା
ସୂର୍ଯ୍ୟଙ୍କ ଗତି ବିଷୁବ ଇତି ଜାଳିବେ ଜଳିବ ଖରା
ଜଳଛତ୍ର ଦେଇ ପାଣି ପଣା ଭରସା ସାରା
ଛତୁଆ ବିଞ୍ଚଣା ବ୍ରାହ୍ମଣେ ଦାନ କରିବା ପୁଣ୍ୟ
ବୀର ହନୁମାନ ଜୟନ୍ତୀ ପୁତ୍ର ପବନ ଗାଇ ରାମ ନାମ
ଭକ୍ତର ରକ୍ଷା ଦେଇ ସୁରକ୍ଷା ଉଡାଇ ବାନା
ଛାତି ଚିରିଦେଲେ ପ୍ରଭୁ ରାମ ଶୋଭନ ଅନା
ସଂସ୍କୃତି ସଂହତି ପରମ୍ପରା ଭାଷା ପ୍ରୀତି ସାହାରା
ଜଗନ୍ନାଥ ସେତ ଓଡ଼ିଆଙ୍କ ପ୍ରାଣ ଦିଅନ୍ତି ଭକତେ ଇଶାରା
ବରଷକେ ବାର ମାସେ ତେର ଯାତାରା
ନୀଳଚକ୍ର ଅବା ପତିତ ପାବନ ବାନା ଉଡି ଦିଏ ଇଶାରା
ଜଗତ ଉଦ୍ଧାର ପାଇଁ ଅବତାର ଅବତରୀ ଏ ଧରା
ନିଶ୍ୱାସେ ବିଶ୍ୱାସ ଦେବାକୁ କଳ୍କୀ ଅବତାର ଏ ସାରା
ଭାଇଚାରା ସ୍ନେହ ମମତା ପ୍ରୀତି ଅସରା ପଶରା
ମାଆ ର ପଣତ ମନ୍ଦିର ନେତ ବାପା ଆମ ଗୁରୁ ରକ୍ଷକ ସାରା
ଶ୍ରବଣ କୁମାର ପରି ପୁତ୍ର ପୁତ୍ରୀ ହୁଅନ୍ତୁ ସାରା
ଏହି ଅନୁଚିନ୍ତା ଆଜି ହୃଦୟରୁ ଉଠଇ ପରା
ଗୁରୁଜନେ ଭକ୍ତି ଲଘୁଜନେ ପ୍ରୀତି ପ୍ରେମ ମନ୍ଦାକିନୀ ଶାଶ୍ୱତ ନୀରା
ଜଗତର ନାଥ ଆହେ ଜଗନ୍ନାଥ କୃପା ବାରିଧିର ଆସରା
ଓଡ଼ିଆ ନବବର୍ଷ ର ପ୍ରଥମ ପର୍ବ ପଣା ସଂକ୍ରାନ୍ତି ପାଳିବା ସାରା ll
