[ ଆମ ସ୍ମତିରେ ]
[ ଆମ ସ୍ମତିରେ ]
॥ ଜୟ ଜଗନ୍ନାଥ ॥
~~~~~~~~~
ଆମ ସ୍ମୃତି ରେ...
[ ଫାଷ୍ଟାଇମ୍ ଗୋଟେ ଝିଅ ତୁ ]
••••••••••••••••••••••••
ହାଏ ଏ ବରଷା ରିମ୍ ଝିମ୍
ମନରେ ଜଳାଏ ନିଆଁ..।
ମୁଁ କେତେ ଯେ ଖୋଜେ ତୁମକୁ
ତୁମେ କୋଉଠି ସତେ ମୋ ପ୍ରିୟା..॥
ମୋ ଆଖିରୁ ଝରେ ଶ୍ରାବଣ
ମନ ତଳେ ମୋ ନିଦାଘ ତାତି..।
ସତେ ଜାଡ ରେ ଯାଏ ମୁଁ ଥରି
ଫଗୁଣକୁ ହୃଦେ ସାଇତି..॥
ତୁମ ଓଠ ରୁ ଝରଛି ମହୁ
ତୁମ ହୃଦୟ ତ ପୁଣ୍ୟ ଭୁଇଁ..।
ତୁମ ବୁକୁ ସତେ ମୋର ସ୍ବର୍ଗ
ମୋତେ କିଛି ଆଉ ଲୋଡା ନାହିଁ..॥
ସତେ କେମିତି ସହୁଛ ଏତେ
ହାଏ ମୋ ସୁୂକୁମାରୀ କଳି..।
ଦେଖ ହୃଦୟ ପଥର କରି
ତଥାପି ମୁଁ ଯାଏ ତରଳି..॥
ତୁମ ଓଠକୁ ଛୁଇଁଲା ପରେ
ସତେ କେତେ ମୁଁ ଯାଏ ବଦଳି..।
ମନ ଦିନ ରାତି ଅଗଣାରେ
ତୁମ ସାଥେ ଖେଳୁଛି ଦୋଳି..॥
ତୁମେ ଧୋକା ବି ତ ଥରେ ଦିଅ
ଦିଅ ଓଠରେ ମୋ ବିଷ ବୋଳି..।
ହାଏ ପ୍ରେମର ନିଆଁରେ ପ୍ରିୟା
ଏମତି ବି ଯାଉଛି ଜଳି..॥
କେତେ ତୁମକୁ ନେଇ ମୋ ସାଥେ
ମରୁଥିବି ପ୍ରିୟା ଗୋ ମୋର..।
ମୃତ୍ୟୁ ଭଲ ଏଠି ଥରେ ହେଲେ
ମୁଁ ମରେ ଏଠି ବାରମ୍ବାର..॥
ତୁମ ଆଖିର ମହୁଲି ନିଶା
ଚରି ଗଲାଣି ଦେହରେ ମୋର..।
ସତେ ମୁଁ ବା ଜାଣୁଛି କଣ
ମରିବା ମୋ ଜୀଇଁବାର..॥
ଫଗୁଣକୁ ପଚାରେ ନିତି
କୁହ କାହିଁଗଲା ପ୍ରିୟା ମୋର..।
ମୋତେ ଫଗଣ କହୁଛି ଆଜି
"ସିଏ ଫେରିବ" ମିଛ ଖବର..॥
ତୁମେ ଭୁଲିତ ଯିବନି ପ୍ରିୟା
ଅଧା ବାଟରେ ଛାଡି ମୋ ହାତ..।
ମୁଁ ତୁମ ପଛେ ଚଲା ଅନ୍ଧ
ଯିଏ ଭୁଲିଛି ଫେରିବା ବାଟ..॥
ସତେ କେମିତି ଫଗୁଣ ଇୟେ
ଅଦିନେ ଭରିଲା ରଙ୍ଗ..।
ଖାଲି ତୁମେ ଆଉ ଖାଲି ତୁମେ
ବାଜେ ହୃଦୟେ ଜଳ ତରଙ୍ଗ..॥
ତୁମେ ଏମିତି ମିଛେଇ ଝିଅ
କୁହ "ଅାସିବି ଡାକିଲେ ତୁମେ"..।
ସାରା ସପନ ଖୋଜେ ମୁଁ ନିତି
କେବେ ଦେଖିନି ତୁମକୁ ଦିନେ..॥
ତୁମେ ଏମତି କାହିଁକି କଲ
ହାଏ ମୋ ଖିଆଲି ଜହ୍ନ..।
ମୁଁ ତୁମ ପାଇଁ ନିତି ମରେ
ତୁମେ କା'ପାଖେ ହାରିଲ ମନ..।
ଏଇ ମରଣକୁ କିଏ ଡରେ
ତୁମ ଭାବନାତ ତାକୁ ବଳେ..।
ପ୍ରତି ମୁହୁର୍ତ୍ତ ମୁଁ ମରେ ଜୀଏଁ
ପ୍ରିୟା ଏଇ ମୋର ମନ ତଳେ..॥
ଥରେ ଜୁଇ ମୋ ଜଳିଲା ପରେ
ତୁମେ କାନ୍ଦିବନି ପ୍ରିୟା ମୋର..।
ସାରା ଜୀବନ କାନ୍ଦିଲି , ତୁମେ
ଯାହା କାନ୍ଦିବା ହିଁ ହେବ ସାର..॥
ତୁମ ଆଖିରେ ଅସରା ଲୁହ
ମୋ ମନେ ଅସୁମାରୀ କୋହ..।
ଆମ ବାଟ ତ ଅଲଗା ପ୍ରିୟା
ତୁମେ କେବେ ଆଉ ମୋର କୁହ..॥
ତୁମ ପାଦରେ ଗଳିଲେ କଣ୍ଟା
ଚିରି ଯାଏ ଏ ହୃଦୟ ମୋର..।
ତୁମେ ମୋତେ କିଛି କହିଲକି
ଭାବି ଖୋଲେ ଏ ହୃଦୟ ମୋର..।
ବଡ ଅଭିମାନୀ ତୁମ ମନ
ହାଏ ଆମାନିଆ ପିୟା ମୋର..।
ଯେତେ ଆପଣାର କଲେ ତୁମେ
ବୋହି ଯାଅ ହେଇ ଲୁହ ଧାର..॥
ଯେବେ ମନରେ ସାଇତି ଦେଲି
ହାଏ ଜାଳି ଦେଲ ମନ ମୋର..।
ଯେବେ ସ୍ମୃତିରେ ସାଇତି ଦେଲି
ମୁଁ ହେଲି ପାଉଁଶ ଅଙ୍ଗାର..॥
*****************
ଆମ ସ୍ମୃତିରେ..ଫେସ୍ ବୁକ୍ ରେ
ଲେଖିଦେଲି ମୋ ହୃଦୟୁ ଥରେ..
ହା..ହା..ହା..
ନମସ୍କାର..
॥ ଜୟ କଗନ୍ନାଥ ॥
bhabani charan mishra
mohana ( gajapati )
{ ବର୍ଷା ପ୍ରତିଯୋଗିତା ପାଇଁ ଉଦ୍ଧିଷ୍ଟ }

