STORYMIRROR

Madhusmita Prusty

Inspirational

3  

Madhusmita Prusty

Inspirational

ଆମ ସମ୍ବିଧାନ

ଆମ ସମ୍ବିଧାନ

1 min
231

ବାସ୍ତରୀ ବର୍ଷରେ ପଦାର୍ପଣ କଲା 

ସମ୍ବିଧାନ ସଂସ୍କରଣ, 

ସବୁରି ମୁଖରେ ଶୁଣାଯାଏ ଆଜି 

ଭାରତର ଜୟଗାନ ।


ଦେଶ ବଢ଼ାଇଛି ଶାନ୍ତି,ମୈତ୍ରୀ ଭାବ 

ଶତ୍ରୁ ମିତ୍ର ଭାବ ଭୁଲି, 

ବିପଦ ବେଳରେ ସଂଜୀବନୀ ସାଜି 

ପ୍ରାଣଦନ ଦେଵ ବୋଲି ।


ବିଶ୍ୱ ଦରବାରେ ଭାରତର ନାମ 

ସର୍ବାଗ୍ରେ ଅଛି ସ୍ଥାନିତ, 

ସୁବର୍ଣ୍ଣ ଅକ୍ଷରେ ଲିପିବଦ୍ଧ ହେବ 

ହୃଦରେ ହେବ ଚିତ୍ରିତ ।


ଏତେ ସବୁପରେ ସ୍ୱାଧୀନତା ଆମ 

ଅଧୁରା ଯାଇଛି ରହି, 

ସମାଜ ସଂସ୍କାର ପାଇଁ କେହି ନାହିଁ 

ଲୋଭ,ମୋହ ଗଲା ଖାଇ ।


ଗଣତନ୍ତ୍ର ନାମେ ଡିଣ୍ଡିମ ବାଜୁଛି 

ଗଣ ଅଛି ତନ୍ତ୍ର କାହିଁ, 

ତେଲିଆ ମୁଣ୍ଡରେ ତେଲ ଢ଼ାଳୁ ଢ଼ାଳୁ 

ଗରିବଟି ଯାଏ ଶୋଇ ।


ବିଶୃଙ୍ଖଳ ଆଚରଣ ଚାଲୁଅଛି 

କ୍ଷମତାରେ ଅନ୍ଧ ହୋଇ, 

ସମ୍ପତ୍ତି ଠୁଳେଇ ବାହାବାହା ନେଇ 

ଭଦ୍ରଲୋକଟି ବୋଲାଇ ।


ଗରୀବ ଉଦର ଖାଲି କରିଦେଇ 

କେମିତି ଭରୁଛ ପେଟ, 

କ୍ଷମତା ପୂର୍ବରୁ ହାତ ଗୋଡ଼ ଧରି 

ମାଗି ନେଉଥିଲ ଭୋଟ ।


ଭୋକିଲା ପେଟର ଦୀର୍ଘ ନିଶ୍ୱାସରେ 

ଜଳିପୋଡି ଧ୍ବଂସ ହେବ, 

ଥାଟବାଟ ତୁମ ବେଶ ପରିପାଟ

ସବୁଦିନ ନରହିବ ।


ବେଳ ଥାଉ ଥାଉ ନିଜକୁ ସୁଧାର 

ଆରେ ମୁଢମତି ଜନ, 

ଆହାର ବଦଳେ ପାହାର ନଦେଇ 

ରଖ ଦୁଃଖୀର ଜୀବନ ।



Rate this content
Log in

Similar oriya poem from Inspirational