STORYMIRROR

Samar Ballav Bhoi

Inspirational Children

2  

Samar Ballav Bhoi

Inspirational Children

ଆମ ସ୍କୁଲ ସାର୍

ଆମ ସ୍କୁଲ ସାର୍

1 min
203

ଗାଁ ଠାରୁ ଦୁର ଆମ ସ୍କୁଲ ଘର

ସ୍କୁଲରେ ଥାଆନ୍ତି ସବୁ ଆମ ପ୍ରିୟ ସାର୍

ସନାସାରଙ୍କ ବେତମାଡ କଥା 

ମନେପଡେ ଆମର ବାରମ୍ବାର 

ଆମ ଅଝଟପଣକୁ ନିରେଖି ପରଖି 

ଆକଟ ନିକଟ କରନ୍ତି ଆମକୁ

ଭାରି ଆଦର୍ଶବାଦୀ ସାରେ ଆମର

ବିଶ୍ବାସରେ ପାଠ ପଢାନ୍ତି ଏପରି

ସଫଳତା ସିଡି ଦିଶେ ଅତି ନିକଟର ।। 


ଆମ ସାର୍ ମାନଙ୍କ ଆଶା ବିଶ୍ବାସରେ 

ସ୍କୁଲ କାନ୍ଥ ବାଡ଼ ବି ହୁଅନ୍ତି ଆପଣାର

ଆଦର୍ଶ ଶିକ୍ଷକ ଆଦର୍ଶ ପଣରେ

ଆଦର୍ଶ ଅଟେ ମହତ୍ତ୍ଵ ତାଙ୍କର

ସଚ୍ଚୋଟ ପଣିଆର ଉଦାହରଣ ସିଏ

ଗଢନ୍ତି ଏଠାରେ ଦେଶ ଭବିଷ୍ୟତ ।।


ସରଳ ଉପାୟ କରି ପଢ଼ାନ୍ତି ବିଷୟପାଠ

ଗଣିତ, ଇତିହାସ, ଓଡ଼ିଆ, ହିନ୍ଦୀ, ବିଜ୍ଞାନ

ସଂସ୍କୃତ, ଭୁଗୋଳ ଓ ସାମାଜିକ ବିଜ୍ଞାନ 

ଦିଅନ୍ତି ଶିକ୍ଷା ଜ୍ଞାନକୌଶଳ, ବୁଦ୍ଧି ବିବେକର

ତାଙ୍କରି ଆଦର୍ଶକୁ ପାଦୁକା କରିଣ

କରିଥାଉ ଆମେ ଜୀବନେ ଅନୁକରଣ

ଗୁରୁ ବ୍ରହ୍ମା ଗୁରୁ ଶ୍ରେଷ୍ଠ ଆମରି ସାର୍ ।।


ସଫେଦ ଧୋତି ପଞ୍ଜାବୀ ସରଳ ଜୀବନ

ନିରପେକ୍ଷ, ସତ୍ୟବାଦୀ ଅଟନ୍ତି ସାର୍ ଆମର

ସମଭାବେ ଦିଅନ୍ତି ଶିକ୍ଷା ସଭିଙ୍କ ଜୀବନେ

ସମୟାନୁବର୍ତ୍ତୀ, ଉଦାରତା ଥାଏ ତାଙ୍କ ସ୍ପନ୍ଦନେ ।। 


ଶିକ୍ଷକ ଆମ ଦେଶର ଦୁର୍ଲଭ ସମ୍ପତ୍ତି

ବିଦ୍ୟା ମନ୍ଦିରେ ଅଟନ୍ତି ପୁଜାରୀ 

ଅନ୍ଧାର ଦୂରେଇ ଆଲୋକ ଦିଅନ୍ତି

କେତେ ତାଙ୍କ ଠାରୁ ଶିକ୍ଷା ଲାଭ କରି 

ଦେଶ ବିଦେଶରେ ସୁନାମ ଯାଇଛି ଭରି 

ତାଙ୍କ ବିଶ୍ବାସ, ଶ୍ରମକୁ ମିଳିଲେ ସମ୍ମାନ

ଦେଶର ଭବିଷ୍ୟତେ ହୋଇବ ଉନ୍ନତି ।।


 

 


 





 




 




 

 




Rate this content
Log in

Similar oriya poem from Inspirational