STORYMIRROR

Kalandi pal

Inspirational

3  

Kalandi pal

Inspirational

ଆମ ପରମ୍ପରା ଆମ ସଂସ୍କୃତି

ଆମ ପରମ୍ପରା ଆମ ସଂସ୍କୃତି

1 min
203

ହିନ୍ଦୁ ପରମ୍ପରା ସଂସ୍କୃତି ନିଆରା

  ବିଶ୍ୱ କରଇ ସ୍ୱାଗତ 

ଆମେ ଭୁଲିଯାଉ ଆମ ପରମ୍ପରା

  ପାଶ୍ଚାତ୍ୟରେ ଆମେ ରତ !!


ଗୋଟିଏ ନାରୀକୁ ଗୋଟିଏ ପୁରୁଷ

  ଜୀବନଟା ହୁଏ ଶେଷ 

ଦିନ ଚୁକ୍ତିଭିତ୍ତି ନାହିଁ ଆମ ନିତି

  ଏଡ଼ସ ହୁଏ ବିନାଶ !!


ଦୂରୁ ପ୍ରଣିପାତ ଯୋଡି ଦୁଇ ହାତ

  ଗୁରୁ ଗୁରୁଜନେ ଏକା 

ନାହିଁ ଆଲିଙ୍ଗନ ଓ କରମର୍ଦ୍ଦନ

  କରୋନାକୁ ଶକ୍ତ ଧୋକା !!


ଗୋଡ଼ ହାତ ଧୋଇ ଗୃହେ ଯେ ପଶଇ

  ବାହ୍ୟ ଜୀବାଣୁରୁ ମୁକ୍ତ 

ହିନ୍ଦୁ ପରମ୍ପରା ପିଢା ପାଣି ପରା

  ଅତିଥିଙ୍କ ପଦ ଧୌତ !!


ବାର ମାସେ ତେର ପରବ ପାଳନ

  ଶାକାହାରି ଶୁଦ୍ଧ ଦେହେ 

ହିନ୍ଦୁ ଧର୍ମ କୁହେ ମାଂସାହାରୀ ଠାରୁ

  ଶାକାହାରି ସୁସ୍ଥ ରୁହେ !!


ପୂଜଯାଏ ବେଲ ତୁଳସୀ ଅଁଳା

  ବିଶ୍ୱାସରେ ମିଳେ ଫଳ 

ପତ୍ର ଫଳ ଫୁଲ କରିଲେ ଆହାର

  ରୋଗକୁ କରେ ନିର୍ମୁଳ !!


ନାନା ଓଷା ବ୍ରତ ଆମରି ଧର୍ମେ ତ

  ଉପବାସେ ଲଘୁ ଖାଦ୍ୟେ 

ପାକସ୍ଥଳୀ ରୁହେ ନିରୋଗ ପରାଏ

  ମନ ଆଧ୍ୟାତ୍ମିକ ବାଦେ !!


ପ୍ରାତଃ ସ୍ନାନ ଆମ ଶୁଦ୍ଧ କରେ ମନ

  ଥଣ୍ଡା ରୋଗର ନିରୋଧ 

ସ୍ନାନ ସାରି ଦେବ ଦର୍ଶନରେ ମିଳେ

  ଜଗତ କର୍ତ୍ତା ସାନ୍ନିଧ୍ୟ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational