Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

ଆମ ପରମ୍ପରା ଆମ ଗୌରବ

ଆମ ପରମ୍ପରା ଆମ ଗୌରବ

1 min
114



ଦୀପାବଳୀ ଅଟେ ଆଲୋକର ପର୍ବ

       ଆମ ପରମ୍ପରା  ଆମରି ଗୌରବ !

ତ୍ରେତୟା ଯୁଗରୁ ଆସୁଛିରେ ଚାଲି

      ସଂସ୍କୃତି ସଂସ୍କାର ଦେଇଛୁରେ ବୋଳି !!


ମନ  ପ୍ରଫୁଲ୍ଲିତ  ଜନ  ଉତ୍ସାହିତ

      ଅନ୍ଧାରୁ  ଆଲୁଅ  କରୁଛି  ଜଡ଼ିତ !

ଏହୁ ପର୍ବ  ପରା ବିଜୟ ସତ୍ୟର 

      ବୋଳି ଦିଏ ପ୍ରେମ ପ୍ରୀତି ମର୍ତ୍ତ୍ୟପୁର !!


ହିଂସା ଅହଂକାର କରି ଦିଏ ଦୂର

      ଏକତାର  ଶୁତ୍ରେ ବାନ୍ଧି ଦିଏ ନର !

ସନାତନ  ଧର୍ମ  ପଥ  କର୍ତ୍ତବ୍ୟର 

     ଭରି ଦିଏ ଜ୍ୟୋତି ଜୀବନେ ଆମର !!


ରାମ ରାମ ନାମ ଜଗତ ଗୁଞ୍ଜୁଛି

     ଦୀପଳି ଆଲୁଅ କୀର୍ତ୍ତି ଯେ ଦେଉଛି !

ଜାଳି ଥିଲେ ଦୀପ ଅଯୋଧ୍ୟା ପ୍ରଜା ରେ

    ରାଜ୍ୟର ପ୍ରବେଶେ ରାମଙ୍କୁ ଏହାରେ !!


ମାରି ରାବଣ ସୀତା ଉଦ୍ଧାର  ଗଲେ

  ବାନର ସେନା ଘେନି ଅଯୋଧ୍ୟା ଆସିଲେ !

ରାଜା ଆଗମନେ ପ୍ରଜା ଆନନ୍ଦିତ

      ଦୀପାଳି ଆଲୁଅ ରେ ଗୃହ ସଜ୍ଜିତ !!


ଅମୃତ ଏ କାଳ ରାଷ୍ଟ୍ରରେ ଆସିଛି 

       ନିର୍ମାଣ ମନ୍ଦିର ରାମଙ୍କ ଦିଶୁଛି !

ପରମ୍ପରା ଏହା ତ୍ରେତୟା ଯୁଗର

       ଦୀପଳି ର ଦୀପ ଜଳିବ ଆମର !!


ଲକ୍ଷ୍ୟ ଲକ୍ଷ୍ୟ ଦୀପେ ସଜ୍ଜିତ ଅଯୋଧ୍ୟା

      ଗୁଞ୍ଜୁ ଅଛି ତହିଁ ଭକ୍ତି ପ୍ରୀତି ଶ୍ରଦ୍ଧା !

ଗୌରବର ପର୍ବ ପରା ଦୀପାବଳୀ

     ଦେଉ ଅଛି ବିଶ୍ବେ ପରମ୍ପରା ବୋଳି !!




Rate this content
Log in

Similar oriya poem from Abstract