Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prajna Paramita Mohanty

Inspirational

4  

Prajna Paramita Mohanty

Inspirational

ଆମ ପରିବେଶ

ଆମ ପରିବେଶ

1 min
59


ବଞ୍ଚିବା ପାଇଁକି ଆମ ପାଇଁ ଲୋଡା

   ସୁସ୍ଥ ଏକ ପରିବେଶ

ପରିବେଶ ଯଦି ଦୂଷିତ ହୋଇବ

  ଭୋଗିବା ଅନେକ କ୍ଲେଶ ।

କଳକାରଖାନା, ମଟର ଗାଡି ଓ

   ଚୂଲିରୁ ନିର୍ଗତ ଧୂଆଁ

ଅମ୍ଳଜାନେ ମିଶି ଦୂଷିତ କରଇ

  ନଷ୍ଟ ହୁଏ ସ୍ଵଚ୍ଛ ବାଆ ।

କଳକାରଖାନା ନିର୍ଗତ ଧୂଆଁକୁ

  ବିଶୁଦ୍ଧ କରିବା ପାଇଁ

ବିଜ୍ଞାନ ସମ୍ମତ ଜାଳେଣୀ ଜାଳିଲେ

  ବିପଦ ରହିବ ନାହିଁ ।

ସବୁଜ ବନାନୀ କାଟିଦେଲେ ଜନେ

  ଜୀବନେ ନ ରଖି ଆଶ

ନିଜ କୁରାଢୀରେ ନିଜ ଗୋଡ ହାଣି

  କହନ୍ତି ଭାଗ୍ୟର ଦୋଷ ।

ଶିଳ୍ପାଞ୍ଚଳ ହେଉ ବା ସହରାଞ୍ଚଳ

  ହେଉ ଅବା ନିଜ ଗାଁଆ

ନିଜ ପାଇଁ ନିଜେ ଚାରା ପୋତିଥିଲେ

  ମିଳିବ ବିଶୁଦ୍ଧ ବାଆ ।

ଆମ ପରିବେଶ ରହିଲେ ବିଶୁଦ୍ଧ 

  ମନ ଥିବା ସଦା ସ୍ଵଚ୍ଛ

ମନ ଭଲ ଥିଲେ ଦେହ ଭଲ ରହେ 

  ନ ଭାବ ଏ କଥା ମିଛ ।

 


Rate this content
Log in

Similar oriya poem from Inspirational