Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bharatabandhu Biswal

Inspirational Others Children

4.4  

Bharatabandhu Biswal

Inspirational Others Children

ଆମ ପରିବାର

ଆମ ପରିବାର

1 min
381



ଆମ ପରିବାର  ଚାରୁ ଚିତ୍ରପଟ

    ଅତୁଟ ସ୍ନେହ ବନ୍ଧନ

ବାନ୍ଧି ରଖିଥାଏ  ଆପଣାପଣରେ

  ମୌଳିକ ତା ଉପାଦାନ ।

ପରିବାରେ ଶିଶୁ  ଜନମ ଲଭିଣ

   ଛୋଟରୁ ହୁଅଇ ବଡ଼

ପାଏ ସ୍ନେହ ଶ୍ରଦ୍ଧା  ଶିକ୍ଷା ସୁସଂସ୍କାର

   ମନୋବଳ କରେ ଦୃଢ଼ ।

ସମ୍ମାନ ସତ୍କାରେ  ରହିବା ଉଚିତ

   ପାଶେ ବୃଦ୍ଧ ମାତାପିତା

ତାଙ୍କରି ଆଶିଷୁ  ମିଳେ ସୁଖଶାନ୍ତି

    ଜୀବନେ ପରିପୂର୍ଣ୍ଣତା ।

ଆମ ବାସଗୃହ  ଆମ ଚତୁଃପାର୍ଶ୍ଵ

     ରଖିବା ସୁନ୍ଦର ସ୍ୱଚ୍ଛ

ଗୃହରେ ପାଳିତ   ପଶୁପକ୍ଷୀଙ୍କର

     ଯତ୍ନ ନେବା ଉପଯୁକ୍ତ ।

ପରିବାର ଅଟେ  ମୌଳିକ ଏକକ

     ସମାଜର ମୂଳ ପିଣ୍ଡ

ସ୍ୱଚ୍ଛନ୍ଦ ସ୍ୱତନ୍ତ୍ର  ହେଲେ ପରିବାର

     ଉଜ୍ଜ୍ବଳ ବିଶ୍ୱ ବ୍ରହ୍ମାଣ୍ଡ ।

ଆଲୋକ ବର୍ତ୍ତିକା  ସଦୃଶ ଉଦ୍ଭାସୁ

     ସୁଖୀ ଆମ ପରିବାର

ଆମର ଅତୀତ  ଏବଂ ବର୍ତ୍ତମାନ

   ଭବିଷ୍ୟ ହେଉ ସୁନ୍ଦର ।

ସଙ୍ଗଠିତ ହେଉ  ସମନ୍ୱିତ ହେଉ

    ଆଦର୍ଶ ବୋଧ ବିଚାର

ବିଶ୍ବ ଜାତି ସ୍ତରେ  ହେଉ ସମୁନ୍ନତ 

     ସମୁଜ୍ଜ୍ୱଳୁ ପରିବାର ।


Rate this content
Log in