Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shreeman Anshuman Priyadarshee

Abstract Inspirational Children

4.7  

Shreeman Anshuman Priyadarshee

Abstract Inspirational Children

ଆମ ଓଡ଼ିଶା

ଆମ ଓଡ଼ିଶା

1 min
333


କଳାକର ମୁହିଁ କଳାରେ ବଞ୍ଚିଛି,

ଓଡ଼ିଆ ମାଟିର ପୁଅ,

ଯାହାର ପ୍ରତିଟି ବାଲୁକା ଦେହରୁ,

ଛୁଟଇ କଳାର ସୁଅ।।


ଏଇ ମାଟି ଲାଗି ଭଅଁର ଗାଉଛି

ଗୁଣୁ ଗୁଣୁ ସୁରେ ଗାନ,

କୋଇଲିଟା ବୋଧେ ଶିଖୁଛି ଏଇଠି

ସୁମଧୁର କହୁଥାନ।।


ପବନ ବହୁଛି ମଳୟ ବେଶରେ

ବସନ୍ତର ଆଗମନେ,

ଝରଣା ଶିଖୁଛି କୁଳୁ କୁଳୁ ନାଦ

ଝରିବା ପାଇଁ କାନନେ।।


କଳାରେ ଉତ୍କୃଷ୍ଟ ବୋଲି ସେ ଉତ୍କଳ,

ଶ୍ରେଷ୍ଠ ସାରା ରାଇଜର,

ତାରି କୋଳରେ ବାସ କରିଥାନ୍ତି 

ପ୍ରଭୁ ଜଗନ୍ନାଥ ଆମର।।


କେତେ ବିରଙ୍କୁ ସେ ଜନମ ଦେଇଛି

ଗାଇଲେ ସରିବ ନାହିଁ,

ମୋ ଓଡ଼ିଶା ଭଳି ପୁଣ୍ୟ ଭୂମି

ଜଗତେ ଆଉ କାଇଁ।।



Rate this content
Log in

Similar oriya poem from Abstract