ଆମ ନଈ
ଆମ ନଈ
ଗାଆଁର ପାଖରେ ଖଡ଼ଖାଇ ନଈ
ବହୁ ଥାଏ ଅହରହ
ନିର୍ମଳ ଜଳ ହିଁ ପ୍ରବାହିତ ହୁଏ
ପବିତ୍ର ହିଁ ତା ପ୍ରବାହ ।
ପ୍ରଖର ଅତିହିଁ ନଈ ନୀର ତହିଁ
ପଥର ହିଁ ମାଳମାଳ,
ନଈ ବଢି ତହିଁ ବର୍ଷର ଋତୁରେ
ଭୟଙ୍କର ଦିଶେ ଜଳ ।
କଳ୍ପନା କବିର ଗୁଞ୍ଜନ କରେଟି
ସୁନ୍ଦର ଦୃଶ୍ୟକୁ ଦେଖି,
କଳମ ମୁନରେ ରୂପ ଦେଉ ଥାଏ
ଜଳପୂର୍ଣ୍ଣ ଦୃଶ୍ୟ ଦେଖି ।
ଭାସି ଆସୁ ଥାଏ ଗଛ ଲତା ପୁଷ୍ପ
ଅତିହିଁ ପ୍ରଖର ବେଗେ,
ମନ ମହୁ ଥାଏ ଜଳପୂର୍ଣ୍ଣ ନଈ
ଘଡଘଡି ବର୍ଷା ସଙ୍ଗେ ।
କମ୍ପିତ କରେ ସେ ଘଡଘଡି ଶବ୍ଦ
ବିଜୁଳିର ତୀକ୍ଷ୍ଣ ଧାରେ
ଜଳପୂର୍ଣ୍ଣ ନଈ ଭୟଭୀତ କରେ
ପ୍ରଚଣ୍ଡ ବର୍ଷାର ଧାରେ ।
ମାଡ଼ି ଆସିବ କି ନଈ ବଢି ଆଜି
ନଈ ଦିଶେ ଭୟଙ୍କର,
ତା ସଙ୍ଗକୁ ପୁଣି ଭୟଙ୍କର ବର୍ଷା
ତହିଁ ଘଡଘଡି ସ୍ବର ।
ବିଜୁଳି ଆଲୋକ ଭୟଭୀତ କରେ
କମ୍ପୀ ଉଠୁଥାଏ ମହି,
ଭୟଭୀତ କରେ ଭୟଙ୍କର ବଢି
ଜନଶୂନ୍ୟ ହୁଅ ମହି ।
ନଈରେ ଗାଧିବା ଭୟଭୀତ ଅତି
ସତେ କି ଆସୁଛି ମାଡ଼ି,
ନଈରେ ସ୍ନାନାଦି ବନ୍ଦ ହୋଇ ଯାଏ
ଶୁଭୁ ଥାଏ ଘର ରଡି ।
ଜଳପୂର୍ଣ୍ଣ ନଈ ଜଳପୂର୍ଣ୍ଣ ଭୂମି
ଦିଶେଟି ଅତି ସୁନ୍ଦର,
ପକ୍ଷୀଙ୍କର ରାବ୍ ପୁଣି ଶୁଭୁ ଥାଏ
ଶୁଭୁ ଥାଏ ବେଙ୍ଗ ସ୍ବର ।
ଗାଆଁର ପାଖରେ ଖଡ଼ଖାଇ ନଇ
ବହୁ ଥାଏ ଅହରହ,
ନିର୍ମଳ ଜଳ ହିଁ ପ୍ରଭାବିତ ହୁଏ
ପବିତ୍ର ହିଁ ତା ପ୍ରବାହ ।