ଆମ ଇତିହାସ ସାକ୍ଷୀ
ଆମ ଇତିହାସ ସାକ୍ଷୀ
ଗଙ୍ଗାଠାରୁ ଗୋଦାବରୀ ବ୍ୟାପିଥିଲା
ଓଡିଶା କୀରତିରାଜି
ହଜିଗଲା କାହିଁ ଅତୀତ ଗୌରବ
ତାକୁ ମୁଁ ପାଉନି ଖୋଜି l
ଧଉଳି ପାହାଡ଼ ମଥା ଟେକିଅଛି
ଏ ମାଟିର ବୁକୁ ପରେ
କଳିଙ୍ଗ ଯୁଦ୍ଧର ମୂକ ସାକ୍ଷୀ ସେ ତ
ଉଭା ଦୟା ନଦୀ ତୀରେ l
ଜଗନ୍ନାଥ ଧାମ ପୃଥିବୀ ପ୍ରସିଦ୍ଧ
ଏକତାର ବାର୍ତ୍ତାବହ
ଜାତି, ଧର୍ମ, ବର୍ଣ୍ଣ ସବୁ ସମ୍ପ୍ରଦାୟ
କାଳିଆ ସାଆନ୍ତ ସହ l
ବୀର ଓଡ଼ିଆର ଗତ ଗୌରବ
ଭଗ୍ନ ବାରବାଟୀ ଆମ
କେତେ ବୀର ଶିର ଲୋଟିଛି ଏଠାରେ
ତାହାଙ୍କୁ ଶତ ପ୍ରଣାମ l
ଆଶା ର କୋଣାର୍କ ଏବେ ବି ଅମର
ଗାଏ ଧରମାର ଗୁଣ
'ଭାଇରେ ଦାଏ କି ପୁଅରେ ଦାଏ '
ସୃଷ୍ଟିକରେ ଗୁଞ୍ଜରଣ l
କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ
ଆମ ଇତିହାସ ସାକ୍ଷୀ
ସାଧବ ପୁଅର ବଣିଜ ବେପାର
ମନେ ଦେଉଅଛି ଲେଖି l
