Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Classics Inspirational

4  

Sunanda Mohanty

Abstract Classics Inspirational

ଆମ ଗୌରବ ସୁବାଷ

ଆମ ଗୌରବ ସୁବାଷ

1 min
313



ଭଗବାନଙ୍କ ଅବତାର ନେତାଜୀ ସୁବାଷ 

ମାଆ ବାପାଙ୍କ ସହ ରଖିଲେ ଦେଶର ଯଶ ।


ଦେଶସେବାରେ ଯୁଦ୍ଧ କରୁଥିଲେ ନେତାଜୀ 

ଯୋଗୀ ସିଏ ଯୋଗ ତାଙ୍କ ଦେଶ ପାଇଁ  ।


ତେଇଶିଜାନୁଆରୀଅଠରଶହସତାନବରେ 

ଜନ୍ମ ଗ୍ରହଣ କରି ବଡ଼ ହେଲେ ଧୀରେଧୀରେ ।


ଜାନକୀନାଥ ବୋଷ ଓ ପ୍ରଭାବତୀଙ୍କସୁପୁତ୍ର

ଗରିବୀହଟାଇ ଇଂରେଜତଡିଦେଶରୁସର୍ବତ୍ର ।


ଦୁର୍ନୀତି ହଟାଇ ପ୍ରତ୍ୟକ ଆତ୍ମାକୁ ଚିହ୍ନି 

ପ୍ରତିଟି ହୃଦୟେ ଜାଳିଦେଇଦେଶପ୍ରେମବହ୍ନି ।


ନିଜ ଭାବନାରେ ବୁଡି କଲ ଦେଶର ଚିନ୍ତା 

ଲଜ୍ୟାଶୀଳ ଚତୁର ଜ୍ଞାନୀ ଗୁଣୀ ବକ୍ତା ।


ଆଈ ପି ଏସ ପାଇ ମଧ୍ୟ ନଥିଲା ଗର୍ବ 

ସର୍ବସ୍ବ ଲୋଟାଇ ଦେଶ ପାଇଁ ଗର୍ବଗୌରବ ।


ରିକ୍ସାରେ ସ୍କୁଲ ଯିବାରେ ଥିଲା ସଦିଚ୍ଛା 

ପଡିଉଠି ପଢୁଥିଲ ଇଂରାଜୀ ନଥିଲା ଇଚ୍ଛା ।


ହିନ୍ଦୀ ଓ ସଂସ୍କୃତ ପଢିବାକୁ ହିନ୍ଦୁସ୍ଥାନୀ ମନ 

ପରବର୍ତ୍ତୀସମୟତଡିଲଦେଶୁଇଂରେଜମନ ।


ରେଭେନ୍ସା କଲେଜରେକର୍ମକାହାଣୀଆରମ୍ଭ

ଅଳ୍ପ ବୟସେ ପଢ଼ିଲ ଜୀବନୀ ସ୍ୱାମୀବିବେକାନନ୍ଦ ।


ବେଣୀ ମାଧବ ଦାସଙ୍କ ସଂସ୍ପର୍ଶେ ଆସି ସାଜିଲ ବିପ୍ଲବୀ 

ଇଂରେଜ ବିରୋଧରେ ଲଢ଼ି ହୋଇଲ ଦେଶ ବୈଭଵୀ ।


ଗଢିଲ ଆଜାଦ ହିନ୍ଦ ଫୌଜ ମାଗିଲେ ରକ୍ତ ବଦଳେ ରକ୍ତ 

ସ୍ୱାଧିନତାଥିଲା ଲକ୍ଷ ତୁମରି କରି ବିଦେଶ ଗସ୍ତ ।


ଦାରିଦ୍ର୍ୟ ହଟାଇ ଦେଶମାତୃକା ମୁକୁଳାଇବାର ଲକ୍ଷ 

ଆଜିବି ତାଙ୍କୁ କରିଛି ମହାନ ଦେଶର ସର୍ବୋଚ୍ଚ ରକ୍ଷକ ।


ଗରୀବରସେବା ଲକ୍ଷନେଇ ରାମକୃଷ୍ଣ ପରମହଂସ ହେଲେ ଗୁରୁ 

ଜୀବନ ଜୀବନୀ ଭିତରେ ଦେଶର ସୁନାଗରିକ ସୁଦକ୍ଷ ପୁରୁ ।


ସାଧୁ ସନ୍ଥ ବାଣୀ ଶୁଣି ମାନୁଥିଲେ ପିତାଙ୍କୁ ଭଗବାନ 

ଦେଶର ସୁରକ୍ଷା ପାଇଁ ଲଢୁଥିଲେ ବୈପ୍ଲବିକ ଅବଦାନ ।


ଭାରତୀୟଙ୍କ ନିର୍ଯ୍ୟାତନା ସହି ନପାରି ସୁଭାଷ 

ଦେଶ ଓ ଦେଶବାସୀଙ୍କ ପାଇଁ ହୋଇଲେ ସାହାସୀକ ।


ଗାନ୍ଧୀଙ୍କ ଦର୍ଶନ ଭିର୍ଣ୍ଣେ ବି ଚାଁହୁଥିଲେ ଆଜାଦି 

ବିପ୍ଲବୀ ସାମ୍ରାଜ୍ୟ ଗଢି ଲଢ଼ି ସ୍ବାଧୀନତାର ଆବାଦୀ l


Rate this content
Log in

Similar oriya poem from Abstract