STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ଆମ ଏ ଜୀବନ

ଆମ ଏ ଜୀବନ

1 min
123

ଜନ୍ମ ଓ ମୃତ୍ୟୁର ପରିଧି ଭିତରେ

ସୀମିତ ଆମ ଏ ଜୀବନ

ବାସ୍ତବ ଓ ଅବାସ୍ତର ସମ୍ମିଶ୍ରଣ

ଆମ ଏ ଜୀବନ ।


ସତ ମିଛର ଛକି ଶୂନ୍ୟ

ଆମ ଏ ଜୀବନ

ଅଜ୍ଞାନ ଅନ୍ଧକାର

ବିଜ୍ଞାନ ଓ ସୁଜ୍ଞାନର

ଆଲୋକେ ପରିପୂର୍ଣ୍ଣ

ଆମ ଏ ଜୀବନ ।


ଯନ୍ତ୍ରଣା ଜର୍ଜରିତେ ଭରା

ଆମ ଏ ଜୀବନ

ଶୈଶବ, କୈଶୋର, ଯୌବନ ଓ

ବାର୍ଦ୍ଧକ୍ୟ ର ପାହାଚ ଓ ପରିସ୍ଥିତିକୁ ନେଇ

ଗଢା ଆମ ଏ ଜୀବନ ।


ଆନନ୍ଦ ଉଲ୍ଲାସ ଭୋଗ ଉପଭୋଗେ

ଭରା ଆମ ଏ ଜୀବନ

ବିରହ ବିଚ୍ଛେଦ ର ନିରାନନ୍ଦେ ମଧ୍ୟ

ପରିପୂର୍ଣ୍ଣ ଆମ ଏ ଜୀବନ

କୂଟ କପଟ ଛଳନାରେ ଭରା

ଜଟିଳ ପରିସ୍ଥିତି ଦେଇ

ଗତି କରୁଥିବା ଦୁଃଖ କଷ୍ଟର

ସମାହାର ଆମ ଏ ଜୀବନ ।

    

ପ୍ରିୟ ଅପ୍ରିୟର ସମଷ୍ଟି

ଆମ ଏ ଜୀବନ

ମାନ ଅଭିମାନେ ଭରପୂର

ଆମ ଏ ଜୀବନ 

ହିଂସା ଦ୍ୱେଷ ବିଦ୍ୱେଷ ଭାବପୋଷଣ ରେ

ପରିପୂର୍ଣ୍ଣ ଆମ ଏ ଜୀବନ ।


ନେତା ଅଭିନେତା ସାଧାରଣ ଜନତାଙ୍କ

ମଧ୍ୟେ ପରିବ୍ୟାପ୍ତ ଆମ ଏ ଜୀବନ

ଯୁଦ୍ଧ ଶାନ୍ତି ମୈତ୍ରୀ ଏକତା ଓ ବିଭିନ୍ନତା ମଧ୍ୟେ

ପରିପୂର୍ଣ୍ଣ ଆମ ଏ ଜୀବନ

ସମାଧାନ ଓ ଦ୍ଵନ୍ଦ୍ଵ ର ସମାହାର ମଧ୍ୟେ

ଆମ ଏ ଜୀବନ ।

    

ପରିବାର ପରିବେଶ ଓ ପୃଥିବୀ ମଧ୍ୟେ

ଗଢା ଆମ ଏ ଜୀବନ

ନିନ୍ଦା ଅପବାଦ ମଧ୍ୟେ ଆମ ଏ ଜୀବନ

ପ୍ରଶଂସା ଓ ପ୍ରତିହିଂସା ମଧ୍ୟେ ଗଠିତ

ଆମ ଏ ଜୀବନ ।  


Rate this content
Log in

Similar oriya poem from Abstract