STORYMIRROR

ବଳରାମ ବାରିକ

Inspirational

2  

ବଳରାମ ବାରିକ

Inspirational

ଆମ ଦେଶର ବୀର ସୈନିକ

ଆମ ଦେଶର ବୀର ସୈନିକ

1 min
13.7K


ସେ ଦେଶର ସିପାହୀ ,ସେ ଜାଗ୍ରତ ପ୍ରହରୀ।

ରହିଥାଏ ସଦା ଚଳଚଞ୍ଚଳ ।

ମାନେ ନାହିଁ ସେ ଖରା ବର୍ଷା ଝଡି ମାନେ ନାହିଁ ସିଏ ବନ୍ୟା , ଘଡଘଡି।

ତତ୍ପର ସର୍ବଦା ସାମ୍ନା କରିବାକୁ ପରିସ୍ଥିତି ପ୍ରତିକୂଳ।


ପୂର୍ବରୁ ପଶ୍ଚିମ- ଉତ୍ତରୁ ଦକ୍ଷିଣ ସ୍ତମ୍ଭ ପରି ହୁଏ ଠିଆ।

ତା ପାଇଁ ନଥାଏ କିଛି ବି କଠିନ ,ଶକ୍ତ ତାର ଅଟେ ହିଆ।

ମାତୃଭୂମି ପ୍ରୀତି ଧରି ହୃଦୟରେ ଚମକାଇ ମୁଖ ମଣ୍ଡଳ।


ଜାତି ନାହିଁ ତାର ଧର୍ମ ନାହିଁ ତାର ନାଇଁ ତାର ରଙ୍ଗ ଭେଦଭାବ।

ପରିଚୟ ଏକା ବୀରବ୍ରତ ତାର

ରଖେ ସ୍ନେହ ଆଉ ସଦଭାବ।


ତ୍ୟାଗୀ ମାତା ଜଠ ,ଦେଶ ମାତୃକା ପାଇଁ ସେ ପାଗଳ।


ଦୁର୍ଗମ ଅରଣ୍ୟ ହେଉ ସିଆଚେଂନ

ବନ୍ଧୁର ଶିଳାର ପର୍ବତ।

ମାର୍ଗ ତାର ଯେତେ କଣ୍ଟାର ହସି ହସି କରେ ସ୍ୱାଗତ ।


ସଭିଏଁ ଖୋଜନ୍ତି ସଭିଏଁ ଲୋଡ଼ନ୍ତି ପଡିଲେ ବିପ୍ପତି ଅକାଳ।

ଏକ ଲକ୍ଷ୍ୟ ତାର ଶତ୍ରୁର ବିନାଶ ସୁରକ୍ଷା ରାଷ୍ଟ୍ରର ତା ହାତେ।

ବାରୁଦ ଗନ୍ଧରେ ବଞ୍ଚିଛି ,ଆମର କବଚ ସେ ସତେ।

ଭୁଲିବାନି କେବେ ନିନ୍ଦିବାନି କେବେ ସେ ପରା ଆମ ସମ୍ବଳ ।


✍ବଳରାମ ବାରିକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational