STORYMIRROR

Harekrushna Deb Sahoo

Tragedy Classics Fantasy

4  

Harekrushna Deb Sahoo

Tragedy Classics Fantasy

ଆମ ଦେଶ ସ୍ୱାଧୀନ

ଆମ ଦେଶ ସ୍ୱାଧୀନ

1 min
289


ଆମେ ଭାରତୀୟ 

ଆମେ ସ୍ବାଧୀନ

ନାହିଁ କିଛି ଆମ

ଅହଂକାର ଅଭିମାନ 

ହିମାଳୟ, ସିନ୍ଧୁ

ପ୍ରକୃତିର ସୌନ୍ଦର୍ଯ୍ୟ

ଏ ଦେଶ ମହାନ 

ନାହିଁ ଇଂଗ୍ରେଜ ଶାସନ 

ନାହିଁ ବନ୍ଧୁକ କମାଣ 

ଗୁଳି ନେଇ ଫେରିଛି ଫିରିଙ୍ଗି 

ଚାଲିବନି ହିଂସାର ରାଜନ

ନୁହେଁ ଆମେ ପରାଧିନ 

ଅହିଂସା ନୀତିରେ ରାଜତ୍ୱ 

ଆମ ଦେଶ ସ୍ୱାଧୀନ ।।


ଆଜି ମୁଁ ଜନତା 

ଆଜି ମୁଁ ରାଜନେତା

ଆଜି ମୁଁ ଭାରତୀୟ 

ଭୋଟ ପାଇ ନିର୍ବାଚିତ 

ସରକାର ନିୟମ ମୁତାବକ 

ଚାଲେ ମୋ ଭାରତ 

କାହିଁକି ନା କିଛି ଦିନ ପରେ 

ନୂଆ ସରକାର 

ଆମେ ଗଢିଦେବା ଭାରତ 

ଆମ ଦେଶ ସ୍ୱାଧୀନ ।।


ନାହିଁ ଆତଙ୍କ ନାହିଁ ବିଦେଶୀ 

ଅଛନ୍ତି ଆମ ବିଶ୍ୱ ରାଜନ 

ତାଜମହଲ ସ୍ବାଧୀନ କୋଣାର୍କ,

ବାରବାଟୀ ଦୁର୍ଗ, ଆଗ୍ରା ଦୁର୍ଗ,

ଲାଲକିଲ୍ଲା ସ୍ବାଧୀନ,ସମ୍ପୂର୍ଣ୍ଣ ସ୍ବାଧୀନ

ତେଣୁ ଆମେ କରୁଅଛୁ ପାଳନ 

ସ୍ବାଧୀନତା ଦିବସ ଉଡେ

ତ୍ରିରଙ୍ଗା 

ନାରଙ୍ଗୀ ଧଳା କମଳା ରଙ୍ଗ

ଫର ଫର ଆମ ସ୍ବାଭିମାନ 

ଆମ ଦେଶ ସ୍ୱାଧୀନ।। 


ଭାରତ ସ୍ଵାଧୀନ 

ଗାନ୍ଧୀ ନେହେରୁ ନେତାଜୀ 

ଭଗତ ସିଂ, ଜଗବନ୍ଧୁ, 

ବାଜି ରାଉତ, ବୀର ସୁରେନ୍ଦ୍ର ସାଏ,

ସ୍ଵର୍ଣ୍ଣାକ୍ଷରେ ଲିପିବଦ୍ଧ ଅମର ନାମ

ଏମାନଙ୍କ ପାଇଁ ଗୌରବ 

ଭୁଲି ହୁଏ ନାହିଁ 

ଆଉ କେତେ ନାମ 

ଭାରତ ଦେଶ ସ୍ୱାଧୀନ ଆମ ।।


ବନ୍ଦେ ଭାରତ ଜନନୀ 

ବନ୍ଦେ ଉତ୍କଳ ଜନନୀ 

ବନ୍ଦେ ମାତରମ ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy