STORYMIRROR

BULU BEHERA

Inspirational Children

4  

BULU BEHERA

Inspirational Children

ଆମ ବିଦ୍ୟାଳୟ ଉପବନ

ଆମ ବିଦ୍ୟାଳୟ ଉପବନ

1 min
279

ଆମ ସ୍କୁଲ ଆଗରେ ଅଛି ବଡ଼ ବଗିଚା

          ସେଠି ଲଗା ହୋଇଛି ବିଭିନ୍ନ ଗଛ,

ଦୂରକୁ ଦେଖାଯାଏ ସବୁଠାରୁ ସୁନ୍ଦର

         ଲଗା ଯାଇଥିବା ଗଛ ଆଗକୁ ପଛ l(1)


ଗଛଗୁଡିକ ହେଲା ଟଗର, କନିଆରୀ

          ଦୁଦୁରା, ମାଳତୀ ଓ ନାରିକେଳ ଗଛ,

ଦୂରକୁ ପରବତ ଶୋଭା ଦିଶିଲା ପରି 

         ଦେଖାଯାଉଥାଏ ସବୁ ଆମକୁ ସ୍ୱଚ୍ଛ l(2)


ଫୁଲ ମଧ୍ୟରେ ଅଛି ଜୁଇ, ଜାଇ, ଗୋଲାପ

          ଗେଣ୍ଡୁ, ମନ୍ଦାର, ରାସବିହାରୀ, ହେନା,

ଚାରି ଦିଗକୁ ବ୍ୟାପି ଯାଉଥାଏ ତାହାର

            ସୁମଧୁର ସୁଗନ୍ଧିତ ବାସନା l(3)


ବଗିଚାଟି ଆମର ସତେ ନନ୍ଦନ ବନ

           ସେଠାରେ କାର୍ଯ୍ୟରତ ସବୁଦିନ,

ଫୁଲ ଗଛଗୁଡିକୁ ଜଳ ସିଞ୍ଚନ କରି

           ଗଛଗୁଡିକର ନେଉ ଯତନ l(4)


ଗଛଲତା ଆମର ପ୍ରକୃତରେ ବନ୍ଧୁ

           ଏ କଥା ଅଟଇ ଚିରନ୍ତନ ସତ,

ସ୍କୁଲ ଉଦ୍ୟାନରେ ଲଗାଇ ଫୁଲ ଗଛ

           କରିବା ଆସ ସୁଷମା ମଣ୍ଡିତ l(5)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational