ଆମ ଭାଷା ଓଡ଼ିଆ
ଆମ ଭାଷା ଓଡ଼ିଆ


ଆମ ଭାଷା ଓଡ଼ିଆ ବୋଲି ଗର୍ଵ କରିବା,
ସଂସ୍କୃତି ପରମ୍ପରା କେବେ ଭୁଲି ନ ଯିବା,
ମଧୁ ବାବୁ ଆମ ଭାଷାକୁ ଆଗକୁ ନେଲେ,
ଲେଖିଲେ କାବ୍ୟ ଆମ ମନେ ଉତ୍ସାହ ଦେଲେ,
ସରଳା ଦାସ ସହିତ୍ୟର ଜନକ ହେଲେ,
ଉପେନ୍ଦ୍ର କବିସମ୍ରାଟ ରୂପରେ ରହିଲେ,
ଆମ ଭାଷାକୁ ସ୍ୱତନ୍ତ୍ର ପରିଚୟ ଦେଲେ,
ଲେଖିଲେ ଜଗନ୍ନାଥ ଦାସ ଭାଗବତକୁ ,
ପଞ୍ଚ ସଖା ଆଗକୁ ନେଲେ ଆମ ଭାଷା କୁ,
ଆମେ ଓଡ଼ିଆ ହୋଇ କେବେ ହାରିନ ଯିବା,
ନିଜ ଭାଷାକୁ ଭଲ ପାଇ ଆଗକୁ ନେବା,
ମାତୃଭୂମି , ମାତୃଭାଷାକୁ ଭୁଲିବା ନାହିଁ,
ଆମ ଭାଷା ଆମ ଗର୍ଵ ଆମରି ପାଇଁ ।।