Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

4  

Birakishore Nayak

Inspirational

ଆମ ଭାଷା ଆମ ମାଆ ପରି

ଆମ ଭାଷା ଆମ ମାଆ ପରି

1 min
389



ମାତୃଭୂମି ମାଆ ମାତୃଭାଷା ମାଆ

       ବିଶ୍ୱେ ଦିଏ ପରିଚୟ,

ଓଡ଼ିଆ ମୁହିଁ ଯେ ଗର୍ବେ କହିଦିଏ

      ଭାଷା ଯେ ମୋ ମହନୀୟ |

ଜନ୍ମ ଦେଇଥାଏ ମାଆ ସିନା ଖାଲି

      ଆଶିଷର ବାରି ଝାରି,

ପରିଚୟ ଏକ ଦିଏ ମାତୃଭାଷା

      ସତେ ଆମ ମାଆ ପରି |

ଜନ୍ମମାଟି ଦିଏ ଆଶ୍ରୟ ତା କୋଳେ

      ସୁଖେ କଟିଯାଏ ଦିନ,

ମାତୃଭାଷା ଢାଳି ଦିଏ ଅନୁରାଗ

      ପ୍ରକାଶଇ ନିଜ ମନ |

ହୃଦୟର ଭାଷା ଭାବର ସୂଚନା

       ମାତୃଭାଷା ନିଏ ବହି,

ମାଆ ବୁଝିଥାଏ ଅସ୍ପଷ୍ଟ ଭାଷାକୁ

       ସନ୍ତାନ ଯା' ଯାଏ କହି |

ଭାଷା ବିନା କେହି ବଡ଼ ହୋଇନାହିଁ

      ଜୀବନର ସାଥି ସିଏ,

ମାଆ ପରି ସିଏ ଭାବେ ରହି ସଦା

       ମାତୃ ପରିଚୟ ଦିଏ |

ମାଆର ଓଠରୁ ପ୍ରଥମ ଭାଷାରେ

       ମାଆର ମମତା ଝରେ,

ଭାଷା ଭରିଦିଏ ହସର ପାଖୁଡା

       ସନ୍ତାନର ଓଠ ଧାରେ |

ମାଆ ପାଇଥାଏ ଜନନୀ ର ଆଖ୍ୟା

       ଭାଷା କିନ୍ତୁ ମାଆ ପରି,

କେବେ ବି ଜୀବନେ ପର ହୁଏନାହିଁ

       ଅନ୍ତରେ ଥାଏ ପୁରି |


  


Rate this content
Log in

Similar oriya poem from Inspirational