STORYMIRROR

Kaustubha Jal

Abstract

4  

Kaustubha Jal

Abstract

ଆମ ଭାଷା ଆମ ମାଆ ପରି

ଆମ ଭାଷା ଆମ ମାଆ ପରି

1 min
348

ଆମ ଭାଷା ଅଟେ ଆମ ମାଆ ପରି

ସରସ ସୁନ୍ଦର ଅତି

ବାଣୀ ଠାରୁ ଅର୍ଥ ଜଳ ଠାରୁବୀଚି

ଯେସନେ ଭିନ୍ନ ନୁହନ୍ତି ।


ମାତାଯେହ୍ନେ ବୁଝେ ନିଜ ସନ୍ତାନ୍ତର

ହୃଦୟର ଯେତେ ବ୍ୟଥା

ଭାଷାସେହିପରି ଥାଏ ବ୍ୟକ୍ତ କରି

ଅନ୍ତର ନିହିତ କଥା ।


ମାତୃଭାଷା ବିନା ବ୍ୟର୍ଥ ଅଟେ ସିନା

ସଂସାରର ଯେତେ ଜ୍ଞାନ

ବୁଝିବା ପାଇଁକି ଲୋଡ଼ା ହୁଏ ନାହିଁ

ବ୍ୟାକରଣ ଅଭିଧାନ ।


ଭାଷା ନୁହେଁ ସିଏ ମାଆର ମମତା

ବାତ୍ସଲ୍ୟ ରସରେ ଭରା

ତାର ବଳେ ସର୍ବେ ଲଭିଛନ୍ତି ଭବେ

ମଣିଷ ପଣିଆ ପରା ।


ଆପଣା ସଂସ୍କୃତି ହୋଇବ ଉନ୍ନତି

ମାତୃଭାଷା କଲେ ଳୟ

ମାଆପରିବର୍ତ୍ତେ ମାଉସୀ ସେବିଲେ

ଜାତିର ହୋଇବ କ୍ଷୟ ।


ମାଆ ମାତୃଭାଷା ଯେ କରେ ଭରସା

ଉତ୍ତମ ପୁରୁଷ ସେହି

ତା ଠାରୁ ମହତ ସୁଜ୍ଞାନୀ ପଣ୍ଡିତ

ଜଗତେ ନାହାନ୍ତି କେହି ।


Rate this content
Log in

Similar oriya poem from Abstract